CAG ରିପୋର୍ଟ: ଅନ୍ୟ କାର୍ଯ୍ୟ ଲାଗି GST ପାଣ୍ଠିର ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୬/୦୯:  ମହାଲେଖା ଅଧିକାରୀ (ସିଏଜି)ଙ୍କ ଅଡିଟ ରିପୋର୍ଟ ପ୍ରକଶ ପାଇଛି। ଏଥିରେ କେନ୍ଦ୍ର ସରକାର ଜିଏସଟି ନିୟମରେ ଉଲ୍ଲଂଘନ କରିଥିବାର ସୂଚିତ କରିଛନ୍ତି। ଏଥିରୁ ଜିଏସଟି ପାଣ୍ଠିର ୪୭ ହଜାର ୨୭୨କୋଟି ଟଙ୍କା ଅନ୍ୟ କାର୍ଯ୍ୟରେ ସରକାର ଉପଯୋଗ କରିଦେଇଥିବା ଜଣା ପଡିଛି।ଜିଏସଟି କ୍ଷତିପୂରଣ ଉପକର ଆଇନ ୨୦୧୭ ଅନୁସାରେ ପ୍ରତିବର୍ଷ ଜମା ହେଉଥିବା ଉପକର ଜିଏସଟି କମ୍ପନସେସନ ସେସ୍‌ ଫଣ୍ଡରେ ଜମା ହୁଏ। ଏହାକୁ ରାଜ୍ୟମାନଙ୍କର ଜିଏସଟି ଭରଣା ଲାଗି ଉପଯୋଗ ହୋଇଥାଏ। ତେବେ କେନ୍ଦ୍ର ସରକାର ସେପରି କରୁ ନାହାନ୍ତି। ଉପକର ବାବଦରେ ମିଳିଥିବା ୪୭ ହଜାର ୨୭୨କୋଟି ଟଙ୍କାକୁ କମ୍ପନସେସନ ସେସ୍ ଫଣ୍ଡରେ ଜମା ନକରି ଏହାକୁ କନସୋଲିଡେଟେଡ ଫଣ୍ଡ ଅଫ ଇଣ୍ଡିଆ (ସିଏଫଆଇ)ରେ ଜମା କରି ଅନ୍ୟ ଉପଯୋଗ କରୁଛନ୍ତି।ସୂଚନା ଯୋଗ୍ୟଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଦ୍ୟ ସମାପ୍ତ ସଂସଦରେ ସିଏଫଆଇରୁ ରାଜ୍ୟଙ୍କୁ ଜିଏସଟି କମ୍ପନସେସନ ଦିଆଯାଇପାରିବନି ବୋଲି କହିଥିଲେ।

ଏଥିଲାଗି ଆଇନରେ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି। ତେବେ ସିଏଜିଙ୍କ ରିପୋର୍ଟ ପରେ ନିଜେ କେନ୍ଦ୍ର ସରକାର ଜିଏସଟି ନିୟମ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଯାଇଛି। ସିଏଜିଙ୍କ ରିପୋର୍ଟ ଅନୁସାରେ ୨୦୧୮ ଆର୍ଥିକ ବର୍ଷରେ କମ୍ପନସେସନ ଫଣ୍ଡରେ ୯୦ ହଜାର କୋଟି ଟଙ୍କା ଜମା କରାଯିବାର ଥିଲା। ଏହାକୁ ରାଜ୍ୟମାନଙ୍କର ରାଜସ୍ୱ ପୁରଣ ପାଇଁ ଦିଆଯାଇଥାନ୍ତା। ସେହିବର୍ଷ ମୋଟ ୯୫ହଜାର ୮୧ କୋଟି ଟଙ୍କା ଜିଏସଟି ସେସ୍‌ ଲାଗି ଜମା କରାଯାଇଥିଲା।ସରକାର ଏଥିରୁ ୫୪ ହଜାର ୨୭୫ ଟଙ୍କା ବାହାର କରି ପୂର୍ବରୁ ପାଣ୍ଠିରେ ଜମା ୧୫ ହଜାର କୋଟି ଟଙ୍କା ସହ ମିସାଇଥିଲେ। ଯାହାକୁ ରାଜ୍ୟମାନଙ୍କ ଜିଏସଟି କ୍ଷତିପୁରଣ ବାବଦରେ ଭରଣା କରିଥିଲେ। ତେବେ ୪୭ହଜାର ୨୭୨ ଟଙ୍କା ସିଏଫଆଇ ପାଣ୍ଠିରେ ରହିଯାଇଥିଲା। ଏହାକୁ ଜିଏସଟି କମ୍ପନସେସନ ପାଣ୍ଠିକୁ ଟ୍ରାନ୍ସଫର କରାଯାଇ ନଥିଲା। ଏହି ସୂଚନା ଷ୍ଟେଟ୍‌ମେଣ୍ଟ ୮, ୯ ଓ ୧୩ରେ ଅଡିଟ ପରୀକ୍ଷାରେ ଜଣାପଡିଥିଲା।

Leave a Reply

Your email address will not be published. Required fields are marked *