୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ

ଭୁବନେଶ୍ବର୪/୧୨: ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ। କଟକ ଟାଙ୍ଗି ଡାଳଯୋଡି ଜଙ୍ଗଲରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ। ଜବତ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ୩ ଜଣଙ୍କୁ ଗିରଫ କରିଛି STF ।  ଗିରଫ ବ୍ୟକ୍ତି ହେଲେ କଟକ ଟାଙ୍ଗି ଅଞ୍ଚଳର ହେମନ୍ତ ଛାଟୋଇ, ନୟାଗଡ ଖଣ୍ଡପଡା ଅଞ୍ଚଳର ଦଣ୍ଡପାଣି ଦାସ ଓ ଟାଙ୍ଗି ପାଟଳସିଂ ବାଲିଯୋଡି କାହ୍ନୁ ଭୋଇ। ଚନ୍ଦନ କାଠର ଡିଲ୍‌ କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଧରିଲା କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *