୧୩୦ କେ.ଜି. ଗଞ୍ଜେଇ ଜବତ, ୩ ଗିରଫ

ମୋହନା ୨୪।୯: ଗଜପତି ଜିଲ୍ଲାରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ୧୩୦ କେ.ଜି. ଗଞ୍ଜେଇ ଜବତ କରାଯାଇଥିବା ବେଳେ ୩ଜଣକୁ ଗିରଫ କରିଛି ପୋଲିସ ।ବୁଧବାର ବିଳମ୍ବିତ ରାତିରେ ଆର. ଉଦୟଗିରି ଥାନା ଜମୁସାହି ଗାଁରୁ ଜଣେ ବ୍ୟକ୍ତିଙ୍କୁ ଘରୁ ଏହି ଗଞ୍ଜେଇ ଜବତ କରାଯାଇଛି । ସେହି ଗାଁରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *