୧୦ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲା ୫୦ବର୍ଷର ବୃଦ୍ଧ !

ଅନୁଗୋଳ ୧୫।୧୨: ଅନୁଗୋଳ ରେଙ୍ଗାଳି ଅଞ୍ଚଳରେ ଲଜ୍ଜା । ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ ୫୦ ବର୍ଷ ବୟସ୍କ ବୃଦ୍ଧକୁ ଅଟକ ରଖିଛି ରେଙ୍ଗାଳି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଅଞ୍ଚଳରେ ଗତ ୧୪ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ୫୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଜଣକ ନିଜ ଘର ସାମ୍ନାରେ ଖେଳୁଥିବା ସମୟରେ ପଡୋଶୀ ବୃଦ୍ଧ ଘର ସମ୍ମୁଖରୁ ପ୍ରଲୋଭନ କରି ନେଇ ଯାଇଥିଲା । ଘରେ ଏକୁଟିଆ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ଘଟଣା ପରେ ଝିଅଟି ସବୁକଥା ଘରେ କହିବା ପରେ ସ୍ଥାନୀୟ ଲୋକ ସଂପୃକ୍ତ ବୃଦ୍ଧଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ରେଙ୍ଗାଳି ପୋଲିସ ଅଭିଯୋଗ ପାଇବା ପରେ ବୃଦ୍ଧଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରହିଛି ପୋଲିସ

Leave a Reply

Your email address will not be published. Required fields are marked *