ମୁମ୍ବାଇ ୨/୯: ବଲିଉଡ ଅଭିନେତା ଅଜୟ ଦେବଗନ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସେ ଏକ ଫିଲ୍ମରେ ସୁପର ଭିଲେନ୍ ଭୂମିକାରେ ଅଭିନୟ କରିବେ। କୁହାଯାଉଛି ଯେ ଏକ ବଡ଼ ପ୍ରଡକ୍ସନ୍ ହାଉସ୍ ସହ ଅଜୟ ଦେବଗନଙ୍କ କଥାବାର୍ତ୍ତା ଚାଲିଛି। ଏକ ବଡ଼ ବଜେଟର ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମ ସୁପରହୀରୋ ଉପରେ ଆଧାରିତ ହେବ।ଏହି ସୁପରହୀରୋ ସାମନାରେ ଭିଲେନ୍ ମଧ୍ୟ ଦମଦାର ଏବଂ ଏଥିପାଇଁ ଅଜୟ ଦେବଗନଙ୍କୁ ଏହି ଫିଲ୍ମ ଅଫର ହୋଇଛି। ଅଜୟ ଏହି ଫିଲ୍ମ ସାଇନ୍ କରି ନେଇଛନ୍ତି। ଅଜୟଙ୍କ ଭୂମିକା ହୀରୋଠୁ ମଧ୍ୟ ବଡ଼ ହେବ,ଏଥିପାଇଁ ଏହି ଫିଲ୍ମ ଅଜୟ ସାଇନ୍ କରିଛନ୍ତି।ଏହି ଫିଲ୍ମ କିଛି ଦିନ ପରେ ଘୋଷଣା ହେବ।
ଏବେ ଅଜୟ ଦେବଗନ ନିଜ ପ୍ରଡକ୍ସନ ହାଉସ୍ ତରଫରୁ ୨ଟି ସ୍କ୍ରିପ୍ଟରେ କାମ କରୁଛନ୍ତି। ଏଥିପାଇଁ ସେ ନିଜ ଆଗାମୀ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମରେ ବ୍ୟସ୍ତ ଅଛନ୍ତି। ଗତ ଥର ଅଜୟ ଦେବଗନ ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ଓ୍ବାରିୟରରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ କାଜୋଲ୍ କାମ କରିଥିଲେ।