ସହର ସାରା ଲାଗିବ ଦୁଷ୍କର୍ମକାରୀଙ୍କ ଫଟୋ ଓ ପୋଷ୍ଟର, ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

ଲକ୍ଷ୍ନୌ, ୨୪ ।୦୯:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି । ଏବେ ଯଦି କୌଣସି ମହିଳାଙ୍କୁ କେହି ଅସଦାଚରଣ ବା ଦୁଷ୍କର୍ମ କରେ ତେବେ ତାହାର ପୋଷ୍ଟର ସହର ସାରା ଲାଗିବ ବୋଲି ସରକାର କହିଛନ୍ତି ।

କୁହାଯାଉଛି ଯେ, ପୂର୍ବରୁ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କ ଫଟୋ ସହରର ଅନେକ ସ୍ଥାନରେ ଲଗାଯାଇଥିଲା । ନୂଆ ନିର୍ଦ୍ଦେଶ ଅନୁସାରେ, ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୁକ୍ତଙ୍କୁ ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ଦଣ୍ଡିତ କରାଯିବ । ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ ସାରା ସମାଜ ଜାଣିବା ଆବଶ୍ୟକ ବୋଲି ଏହି ଆଦେଶ ଜାରି କରିଛନ୍ତି ସରକାର ।

ସରକାର ଏହା ଲକ୍ଷ୍ୟ ରଖିଛନ୍ତି ଯେ, ଦୁଷ୍କର୍ମକାରୀର ପରିଚୟ ସମସ୍ତେ ଜାଣନ୍ତୁ । ଏପରି ହେଲେ ଅନ୍ୟମାନଙ୍କୁ ଶିକ୍ଷା ମିଳିବ । ରାଜ୍ୟରେ ଥିବା ଆଣ୍ଟି ରୋମିଓ ସ୍କ୍ୱାର୍ଡ ଭଲ କାମ କରୁଛି । ଫଳରେ ମହିଳା ବିରୋଧି ହିଂସା କେତେକାଂଶରେ କମିଛି ।

Leave a Reply

Your email address will not be published. Required fields are marked *