ନୂଆଦିଲ୍ଲୀ ୨୬/୦୯: ଗତବର୍ଷ ଶ୍ରୀରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ ଏବେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ସ୍ଥାନୀୟ କୋର୍ଟରେ ପହଞ୍ଚିଛି। ଗତକାଲି ମଥୁରା କୋର୍ଟରେ ୧୩.୩୭ ଏକର ଭୂମିକୁ ନେଇ ସିଭିଲ ମାମଲା ଦାୟର କରାଯାଇଛି। ମୋଗଲ କାଳରେ ଏହାକୁ କବଜା କରାଯାଇ ଶାହି ମସଦିଜ ତିଆରି କରାଯାଇଥିଲା। ଏଣୁ ପାଖରେ ଥିବା ଏହି ଶାହି ମସଜିଦକୁ ହଟାଇବା ଦାବି କରାଯାଇଛି। ଏହି ମାମଲା ଶ୍ରୀକୃଷ୍ଣ ବିରାଜମାନ, ରଞ୍ଜନା ଅଗ୍ନିହୋତ୍ରୀ ଓ ଛଅ ଜଣ ଅନ୍ୟ ଭକ୍ତ ଦାଖଲ କରିଛନ୍ତି।
ଏହି ମାମଲାରେ ସ୍ପଷ୍ଟ କରାଯାଇଛି ଯେ ବାଦି କଟରା କେଶବ ଦେବ କେବଟ, ମୌଜା ମଥୁରା ବଜାରରେ ଶ୍ରୀକୃଷ୍ଣ ବିରାଜମାନ ଅଛନ୍ତି। ଅନ୍ୟପଟେ ମୁକଦ୍ଦମାରେ ଫାଟ ସୃଷ୍ଟି କରୁଛି ପ୍ଲେସେଜ ଅଫ୍ ଓରସିପ୍ ଆକ୍ଟ ୧୯୯୧। ଏହି ଆକ୍ଟ ଅନୁସାରେ ସ୍ବାଧୀନତା ବେଳେ ଅର୍ଥାତ ୧୯୪୭ ଅଗଷ୍ଟ ୧୫ରେ ଯେଉଁ ଧାର୍ମିକ ସ୍ଥଳ ଯେଉଁ ସଂପ୍ରଦାୟର ଥିଲା ତାହା ତାହାର ହିଁ ରହିବ। ଏହି ଆକ୍ଟ ଅନୁସାରେ ଶ୍ରୀରାମଜନ୍ମଭୂମି-ବାବରି ମସଜିଦ୍ ବିବାଦକୁ ବାଦ ଦିଆଯାଇଥିଲା।
କିଛି ଦିନ ତଳେ ମଥୁରାରେ ପ୍ରୟାଗରାଜରେ ଆଖଡ଼ା ପରିଷଦ ବୈଠକରେ ସାଧୁ-ସନ୍ଥ ମଥୁରା କୃଷ୍ଣ ଜନ୍ମଭୂମି ଓ କାଶୀ ବିଶ୍ବନାଥ ମନ୍ଦିରକୁ ନେଇ ଆଲୋଚନା କରିଥିଲେ।