ରାଉରକେଲା,କଳିଙ୍ଗ ଖବର, ୨୧।୧୨:ରାଉରକେଲାରେ ପୁଣି ସାମ୍ନାକୁ ଆସିଲା ଜିଏସ୍ଟି ଠକେଇ ମାମଲା । ଏଥର ପ୍ରାୟ ୪୨ କୋଟି ଟଙ୍କାର ଜିଏସ୍ଟି ଠକେଇ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୨ଜଣଙ୍କୁ ଗିରଫ କଲା ଜିଏସ୍ଟିର ସ୍ୱତନ୍ତ୍ର ଟିମ୍ ।ଖବର ଅନୁଯାୟୀ, ଗତକାଲି ରାଉରକେଲା, ସହ କଟକ, ଯାଜପୁରରୁ ଆସିଥିବା ସ୍ୱତନ୍ତ୍ର ଜିଏସ୍ଟି ଟିମ୍ ରାଉରକେଲାର ଛେଣ୍ଡ, ବାସନ୍ତୀ କଲୋନୀ ସହ ବନ୍ଧମୁଣ୍ଡା ଅଞ୍ଚଳରେ ଚଢ଼ାଉ କରିଥିଲେ । ବିଭିନ୍ନ ଭୁତ କମ୍ପାନୀ ନାଁ ଖୋଲି ଜିଏସ୍ଟି ଠକେଇ କରିଥିବା ଅଭିଯୋଗରେ ଛେଣ୍ଡ ଏବଂ ବନ୍ଧମୁଣ୍ଡା ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜୀବ ମିଶ୍ର, ସୌମ୍ୟ ମହାନ୍ତି। ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୪୨ କୋଟି ଟଙ୍କାର ବେନାମୀ ଟଙ୍କା ନେଣଦେଣ କରିଛନ୍ତି ଦୁଇ ଜିଏସ୍ଟି ଠକ।