ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି, କିନ୍ତୁ ଆଉ ଚୁପ ରହିବି ନାହିଁ :ଅନୁଭବ

ଭୁବନେଶ୍ଵର ୧୪।୧୨:ସାଂସଦ ଅନୁଭବ ମହାନ୍ତି ଏକ ଭିଡିଓ ଜାରି କରି ନିଜର କ୍ଷୋଭ ଜାରି କରିଛନ୍ତି।ସେ କହିଛନ୍ତି ଯେ ଯେଉଁମାନଙ୍କର ମୋ ପ୍ରତି କିଛି ଆକ୍ରୋଶ ରହିଛି ସେମାନେ ମୋ ସହିତ ଲଢନ୍ତୁ ଏହାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି। ତେବେ ସେ ହାତ ଯୋଡ଼ି କହିଛନ୍ତି ଯେ ତାଙ୍କ ଫ୍ୟାନଙ୍କ ପ୍ରତି କୌଣସି ଆକ୍ଷେପ ନ କରାଯାଉ। ୬ ମିନିଟର ଏକ ଭିଡିଓ ଜାରି କରି ଅନୁଭବ କହିଛନ୍ତି ଯେ ନାରୀଙ୍କୁ ସମ୍ମାନ ଦେବା ଲାଗି ସମାଜ ସବୁବେଳେ ଶିକ୍ଷା ଦେଇଥାଏ, ତେବେ ପୁରୁଷଙ୍କର ସମ୍ମାନ ପ୍ରତି ମଧ୍ୟ ସମସ୍ତେ ଦାୟିତ୍ଵବାନ ହେବା ଉଚିତ। ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି, କିନ୍ତୁ ଆଉ ଚୁପ ରହିବ ନାହିଁ। ମୋତେ କ୍ଷତି ପହଞ୍ଚାଇବା ପାଇଁ ମୋ ଫ୍ୟାନଙ୍କୁ ଯଦି ବ୍ୟବହାର କରାଯାଏ ତେବେ ମୁଁ ତାକୁ ଆଦୌ ବରଦାସ୍ତ କରିପାରିବି ନାହିଁ ବୋଲି ଅନୁଭବ କହିଛନ୍ତି।

ପତ୍ନୀ ବର୍ଷାଙ୍କ ସହିତ ବୈବାହିକ ମାମଲାରେ ଛନ୍ଦି ହୋଇଥିବା ସାଂସଦ ଅନୁଭବ ମହାନ୍ତି ନିକଟରେ ଦିଲ୍ଲୀର ଜଣେ ସାମ୍ବାଦିକଙ୍କ ସହିତ ଫଟୋକୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ସଂପୃକ୍ତ ମହିଳା ସାମ୍ବାଦିକ ଗତକାଲି ସୋସିଆଲ ମିଡିଆରେ ଏକ ବବୃତି ରଖିଥିଲେ ଯେ ଅନୁଭବ ହେଉଛନ୍ତି ତାଙ୍କ ସାଙ୍ଗ। ତାଙ୍କୁ ଅଜଥା ଆକ୍ଷେପ କଲେ ସେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବେ। ଆସନ୍ତୁ ଶୁଣିବା କଣ କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

Leave a Reply

Your email address will not be published. Required fields are marked *