‘ମନ ମୋ ନେଇ ଗଲୁରେ’ ସୁମା ରିଅଲ ମିଡିଆର ଦ୍ଵିତୀୟ ଅବଦାନ

କଳିଙ୍ଗଖବର- ୨୬।୧୨:ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆ ନିବେଦିତ,ମନୋଜ ରଂଜନ ନାୟକଙ୍କ ମନ ମୋ ନେଇ ଗଲୁରେ ହେଉଛି ଦ୍ଵିତୀୟ ଅବଦାନ । ଫିଲ୍ମରେ ଟାଇଟଲକୁ ଦେଖିଲେ ଲାଗୁଛି ଏହା ପ୍ରେମ କାହାଣୀ ନେଇ ଗତିଶୀଳ । ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି । ପ୍ରମେୟ ନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଆନୁଷ୍ଠାନିକ ଭାବେ ଫିଲ୍ମର ଶୁଭ ମହୁରତ ସୂଚନା ଦେଇଥିଲେ। କଲେଜ ସମୟକୁ ନେଇ କାହାଣୀ ରହି ଥିବାବେଳେ, ଏକ ସଙ୍ଗେ ପାଠପଢା ଏବଂ ପ୍ରେମ କ୍ୟାରିୟର ଉପରେ କି ପ୍ରଭାବ ପଢୁଛି ତାହାହିଁ ହେଉଛି ଫିଲ୍ମର ବିଷୟ ବସ୍ତୁ।  ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି । ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ  ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ  ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ କୁନା ତ୍ରିପାଠୀ। ସେପଟେ ଫିଲ୍ମଟି ସବୁ ବର୍ଗକୁ  ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ ।ଚଳଚ୍ଚିତ୍ର କାହାଣୀ ଗୀତଗୁଡିକ ଦର୍ଶନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି କଳା ଓ କର୍ମଚାରୀ। ଫିଲ୍ମର କାହାଣୀ ଲେଖିଛନ୍ତି ଦିଲୀପ  କୁମାର ଦାସ। ପ୍ରଯୋଜନା କରୁଛନ୍ତି ସୁନିଲ କୁମାର ଦାସ। ବୈଦନାଥ ଦାସ ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ  ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *