ମଦ ପାଇଁ ମହାଭାରତ

ଗଞ୍ଜାମ ୨୭।୧୦ :ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି । ୨ଜଣ ଯୁବକଙ୍କୁ ୧୫ରୁ ଅଧିକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହାଫଳରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସୁବାସ ପଣ୍ଡା ଓ ରଞ୍ଜନ ସାହୁ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *