ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରାଯାଇଛି ।

ଭଦ୍ରକ ୧୪।୧୦: ବିପୁଳ ପରିମାଣର ଦେଶୀ ମଦ ଜବତ । ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରାଯାଇଛି ।ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ  ଲାଗିଥିଲା । ଏହାକୁ ଦେଖି ଆକ୍ସନ ମୋଡରେ ଆସିଛି ଅବକାରୀ ବିଭାଗ । ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅବକାରୀ ବିଭାଗର ଗୋଟିଏ ଟିମ ମାଜିଷ୍ଟ୍ରେଟଙ୍କ ସହ ତିହିଡି ଥାନା ଅଞ୍ଚଳର ବୁଧୁପୁର, କନ୍ଦପୁର, ବିଦ୍ୟାଧରପୁର ଗାଁ ସହ ପୁରୁଣାବଜାର ଥାନା ଅଞ୍ଚଳର ମିର୍ଜାପୁର ଗାଁର ଚଢ଼ାଉ କରିଥିଲା ।ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉ ପ୍ରାୟ ୫୨୦ଲିଟର ଦେଶୀ ମଦ ଜବତ ହେବା ସହ ୫ଜଣଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ଜଣାପଡିଛି । ଦେଶୀ ମଦ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *