ଭୁବନେଶ୍ବର ୪।୧୧ : ବିଜୁ ଛାତ୍ର ଜନତା ଦଳ, ଏବିଭିପି, ଛାତ୍ର କଂଗ୍ରେସ, ଏଆଇଏସ୍ଏଫ୍, ଏଆଇଡିଏସ୍ଓ ସମେତ ଛାତ୍ରୀଙ୍କ ପ୍ରବଳ ବିରୋଧ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଶେଷ ସେମିଷ୍ଟର୍ ଟପର୍ ତାଲିକା ପ୍ରକାଶ ପାଇଛି। ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଶୁଭସ୍ମିତା ନାୟକ ସିଜିପିଏ ୯.୩୭ ନମ୍ବର ରଖି ‘ବେଷ୍ଟ ଗ୍ରାଜୁଏଟ୍’ ହୋଇଛନ୍ତି। ପିଜି ପାଠ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଛାତ୍ରୀ ବିଶାଖା ବିଶ୍ବଦର୍ଶିନୀ ଦାସ ସିଜିପିଏ ୯.୩୨ ନମ୍ବର ରଖି ଆଗରେ ରହିଥିବା ଜଣାପଡ଼ିଛି।