ଗଞ୍ଜାମ ,୨୯/୧୦ :ବିଦ୍ୟୁତ ୟୁନିଟ ପ୍ରତି ୨୦ ପଇସା ବୃଦ୍ଧି ପ୍ରତ୍ୟାହାର କରିବା,ଟାଟା କମ୍ପାନୀକୁ ବଣ୍ଟନ ଦାୟିତ୍ୱ ଦେବା ଯୋଜନା ବନ୍ଦ କରିବା,ବଡ ବ୍ୟବସାୟୀ ଓ ବଣ୍ଟନକାରି ସଂସ୍ଥା ଉପରେ ଥିବା ବକେୟା ଟଙ୍କା ଆଦାୟ କରିବା,ବଣ୍ଟନ ଓ ପରିବହନ କ୍ଷତିକୁ କମାଇବା ପାଇଁ ଦୃଢ଼ ପଦକ୍ଷେପ ନେବା, ଲୋଭୋଲଟେଜ ଓ ଘନ ଘନ ବିଜିଳୁ କାଟ ବନ୍ଦ କରିବା ,କରୋନା ସମୟର ବିଦ୍ୟୁତ ଶୁଳ୍କ ଛାଡ଼ କରିବା ଏବଂ ବିଦ୍ୟୁତ ଉତ୍ପାଦନ,ପରିବହନ ଓ ବଣ୍ଟନର ସରକାରୀ ପରିଚାଳନା ଦାବିରେ ବ୍ରହ୍ମପୁର ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ କମାପଲ୍ଲି ଛକଠାରେ ଆଜି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ଆସନ୍ତା କାଲି ୨୨ ତାରିଖ ସନ୍ଧ୍ୟା ୬ଟାରୁ ୬.୧୫ମିନଟ ପର୍ଯ୍ୟନ୍ତ ଘରର ଆଲୁଅ ବନ୍ଦ କରି ରାଜ୍ୟବ୍ୟାପୀ ଉପଭୋକ୍ତା ପ୍ରତିବାଦରେ ସାମିଲ ହେବାପାଇଁ ବିଦ୍ୟୁତ ଗ୍ରାହକମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ ,ପଞ୍ଚାନନ ଜେନା, ଚିଟ୍ଟି ବାବୁ ପୁରଷତ୍ତୋମ ସାହୁ, ଯୁଧିଷ୍ଠିର ସାହୁ ପ୍ରମୁଖ ଗ୍ରାହକ ମଂଚର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।
ଗଞ୍ଜାମ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ