ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ହଜାର ଟଙ୍କାର ଲୋନ୍

ନୂଆଦିଲ୍ଲୀ ୨୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ‘ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା’ର ଲାଭାର୍ଥୀଙ୍କୁ ଖବର ଦେଇଛନ୍ତି। ଏହି ଯୋଜନା ଠେଲା ଦୋକାନ ଚଳାଇ ନିଜ ଗୁଜରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଖୁବ୍ ସହାୟକ ହେବ। କରୋନା କାଳରେ ରାସ୍ତା କଡ଼ରେ ଫୁଟପାଥରେ ଏବଂ ​‌ଠେଲା ଜିନିଷ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିଙ୍କ ଉପରେ ଅନେକ ପ୍ରଭାବ ପଡ଼ିଛି। ଏପରି କ୍ଷେତ୍ରରେ ସରକାର ଏହି ଠେଲାଦୋକାନୀମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଲୋନ ଦେଉଛି। ଏହି ଲୋନ୍ କମ୍ ଦାମରେ ମିଳୁଛି। ସରକାରଙ୍କ ଏହି ଲୋନ୍ ସ୍କିମର ନାଁ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି(ପିଏମ୍ ସ୍ବନିଧି) ରଖାଯାଇଛି।

ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯେ ରାସ୍ତା କଡ଼ରେ ଠେଲା ଲଗାଇ ଜିନିଷ ବିକୁଥିବା ଦୋକାନୀଙ୍କୁ ଏହି ସ୍କିମରୁ ଲାଭ ମିଳୁ ଏବଂ ପୁଣି ଥରେ ନିଜ ଛୋଟ ବ୍ୟବସାୟକୁ ଆରମ୍ଭ କରିପାରନ୍ତୁ। ଶସ୍ତା ଦରରେ ମିଳୁଥିବା ଏହି ସରକାରୀ ଲୋନ୍‌ର ସ୍କିମକୁ ୨୦୨୦ମସିହା ଜୁନ୍‌ରେ ଲଞ୍ଚ କରାଯାଇଥିଲା। ଏହାର ବିଶେଷତ୍ବ ହେଉଛି ଯେ ଏହା ଅନୁସାରେ ବଣ୍ଟା ଯାଇଥିବା ଲୋନ୍ ପାଇଁ କୌଣସି ପ୍ରକାରର ଗ୍ୟାରେଣ୍ଟି ନିଆଯାଇନଥାଏ।ଏହି ସ୍କିମ୍ ଅନୁସାରେ ଠେଲା ଦୋକାନୀଙ୍କୁ ୧୦ହଜାର ଟଙ୍କାର କରଜ ଦିଆଯାଇଥାଏ। ଏହା ଦ୍ବାରା ସେମାନଙ୍କୁ ପୁଣି ଥରେ ନିଜ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ ମିଳିପାରିବ। ଏହା ଜରିଆରେ ଠେଲା ଦୋକାନୀ,ମୋଚି,ପାନ ଦୋକାନୀ,ଲଣ୍ଡ୍ରି ସେବାକୁ ସମାହିତ କରାଯାଇଛି। ଏଥିରେ ଠେଲାରେ ପରିବା ଦୋକାନୀ,ଫଳ ଦୋକାନୀ,ଚାଦୋକାନୀ,ପକୁଡ଼ି ଦୋକାନୀ,ବ୍ରେଡ ଦୋକାନୀ,ଅଣ୍ଡା ଦୋକାନୀ,ଲୁଗା ଦୋକାନୀ,ହସ୍ତତନ୍ତ ଦୋକାନୀ ଏବଂ ବହି-ଖାତା ଦୋକାନୀ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *