ନୂଆଦିଲ୍ଲୀ ୨୮/୦୯ : ଯୁବ ଅନୁସୂଚିତ ଜାତି-ଜନଜାତି ବର୍ଗର ହୁନତୁ କିମ୍ବା ଅଳ୍ପସଂଖ୍ୟକ ଜାତିର, ସରକାର ସମସ୍ତଙ୍କୁ ପାଠ ପଢି ଦେଶର ଉନ୍ନତିରେ ଯୋଗଦାନ ଦେବାକୁ ମଉକା ଦେଉଛନ୍ତି | ସେଥିପାଇଁ ପ୍ରତିବର୍ଷ ସରକାରଙ୍କ ପ୍ରୟାସରେ ଯୁବ ଛାତ୍ରଙ୍କୁ ପଢିବାକୁ ବିଦେଶ ପଠାଯାଉଛି | ମୋଦି ସରକାରଙ୍କ ତରଫରୁ ଲାଗୁ ହୋଇଥିବା ୫ଟି ଯୋଜନାର ଲାଭ ଉଠାଇ ଛାତ୍ର ବିଦେଶ ପଢିବାକୁ ଯାଉଛନ୍ତି | ନିୟମ ପୁରା କରିବା ପରେ ଛାତ୍ରଙ୍କ ପଢା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି | କିଛି ସହଜ ନିୟମର ଲାଭ ଉଠାଇ ଆପଣ ମଧ୍ୟ ନିଜ ପୁଅ-ଝିଅଙ୍କର ବିଦେଶରେ ପଢିବା ସ୍ବପ୍ନ ପୁରା କରିପାରିବେ | ଏହି ୫ଟି ଯୋଜନା ହେଲା, ରାଷ୍ଟ୍ରୀୟ ବିଦେଶୀ ଛାତ୍ରବୃତ୍ତି, ରାଷ୍ଟ୍ରୀୟ ପ୍ରବାସୀ ଛାତ୍ରବୃତ୍ତି, ପଢୋ ପରଦେଶ, ୟୁଜିସି ଛାତ୍ରବୃତ୍ତି ଓ ସାଂସ୍କୃତିକ ଏବଂ ଶିକ୍ଷାଗତ ବିନିମୟ କାର୍ଯ୍ୟକ୍ରମ ଛାତ୍ରବୃତ୍ତି |
– ରାଷ୍ଟ୍ରୀୟ ବିଦେଶୀ ଛାତ୍ରବୃତ୍ତିର ଲାଭ ଏସସି ଓ ଘୁମତି ଜାତିର ଛାତ୍ରଙ୍କୁ ଦିଆଯାଏ | ଏହି ଛାତ୍ରବୃତ୍ତିର ଲାଭ ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରାଳୟ ଦ୍ୱାରା ଦିଆଯାଏ |
– ରାଷ୍ଟ୍ରୀୟ ପ୍ରବାସୀ ଛାତ୍ରବୃତ୍ତିର ଲାଭ ଏସଟି ଜାତିର ମେଧାବୀ ଛାତ୍ରଙ୍କୁ ଦିଆଯାଏ | ଏହି ଛାତ୍ରବୃତ୍ତି ଜନଜାତି ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥାଏ |
– ପଢୋ ପରଦେଶ ଛାତ୍ରବୃତ୍ତି ଅଳ୍ପସଂଖ୍ୟକ ମନ୍ତ୍ରାଳୟ ତରଫରୁ ଦିଆଯାଇଥାଏ | ପ୍ରତିବର୍ଷ ପାଖାପାଖି ସାଢେ ୩ ହଜାର ଅଳ୍ପସଂଖ୍ୟକ ଯୁବ ଏହି ଯୋଜନାର ଫାଇଦା ଉଠାଇଥାନ୍ତି |
– ହଙ୍ଗେରୀ ସରକାରଙ୍କ ସହଯୋଗରେ ଚାଲୁଥିବା ଏକ କାର୍ଯ୍ୟକ୍ରମ ଅନୁସାରେ ୟୁଜିସି ସେଠାରେ ପଢିବା ପାଇଁ ଛାତ୍ରବୃତ୍ତି ଜାରି କରିଥାଏ | ପ୍ରତିବର୍ଷ ୨୦୦ ଛାତ୍ରଙ୍କୁ ଏହି ଯୋଜନାରେ ହଙ୍ଗେରୀରେ ପଢିବାକୁ ମଉକା ଦିଆଯାଇଥାଏ |
– ସାଂସ୍କୃତିକ ଏବଂ ଶିକ୍ଷାଗତ ବିନିମୟ କାର୍ଯ୍ୟକ୍ରମ ଛାତ୍ରବୃତ୍ତି ଅନୁସାରେ ଛାତ୍ରଙ୍କୁ ଚୟନ କରି ସେମାନଙ୍କୁ ଚୀନ, ଇଟାଲୀ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓୟୁକେପଠାଯାଇଥାଏ |
କିଭଳି ଆବେଦନ କରିବେ ଜାଣନ୍ତୁ :
ବୈଧ ରାଷ୍ଟ୍ରୀୟ ପରିଚୟ ପ୍ରମାଣପତ୍ର କିମ୍ବା ପାସପୋର୍ଟ, ପ୍ରାର୍ଥୀଙ୍କ ଫଟୋ, ଜାତୀୟ ପରୀକ୍ଷା ଅଙ୍କ, ଏକାଡେମିକ୍ ସାର୍ଟିଫିକେଟ୍, ଆନ୍ତର୍ଜାତୀୟ ପରୀକ୍ଷା ଅଙ୍କ (GRE, GMAT, DELF, YDS, YOS, ), ଭାଷା ପରୀକ୍ଷଣ ଅଙ୍କ, ପିଏଚଡିରେ ଦାଖଲ ହେଉଥିବା ପ୍ରାର୍ଥୀଙ୍କ ଅନୁସନ୍ଧାନ ପ୍ରସ୍ତାବ ଏବଂ ଲିଖିତ କାର୍ଯ୍ୟର ଉଦାହରଣ, ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ନ ହେବା ଦରକାର, ପିଜି କୋର୍ସ ପାଇଁ ସ୍ନାତକ ପାଇଁ ୬୦ ପ୍ରତିଶତ ଓ ପିଏଚଡି ଆଇଁ ସ୍ନାତକୋତ୍ତର ପାଇଁ ୬୦ ପ୍ରତିଶତ ଥିବା ଦରକାର, ଗୋଟିଏ ପରିବାରର ଦୁଇ ଜଣ ଏହି ଯୋଜନାର ଲାଭ ଉଠାଇ ପାରିବେ |