ପୋଲିସ ଗୁଳିରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି

ମାଲକାନଗିରି ୧୯।୧୦: ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଜବାନମାନେ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଙ୍ଗାପେଟା ଥାନା ଅନ୍ତର୍ଗତ ନରସିମା ଜଙ୍ଗଲରେ ମାଓବାଦୀମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଗ୍ରେହାଉଣ୍ଡ ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତିନି ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ ।

ଏହାପରେ ସେଠାରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଜବାନମାନେ ଘଟଣାସ୍ଥଳରୁ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *