‘ପରୀ’କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ଭୁବନେଶ୍ବର ୭।୧୨: ‘ପରୀ’କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ବିଜେପି ପକ୍ଷରୁ ଧାରଣା । ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ବିଜେପି ।

ସେପଟେ ବିଜେପିର ଧାରଣା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ କହିଛନ୍ତି ପିପିଲିଠୁ ନେଇ କୁନ୍ଦୁଲି ପର୍ଯ୍ୟନ୍ତ ବିଜେପି କେବେ ଏମିତି ପ୍ରତିବାଦ କରିଥିଲା । ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କ ବିଷୟରେ ଲୋକଙ୍କ ପାଖକୁ ମେସେଜ ଯାଇଛି । ସେଥିରୁ ବର୍ତ୍ତିବା ପାଇଁ ବିଜେପି ଏଭଳି କାର୍ଯ୍ୟ କରୁଛି । ନୟାଗଡ ଘଟଣାରେ ବହୁ ପୂର୍ବରୁ ପ୍ରତିବାଦ କରିଛି କିନ୍ତୁ ବିଜେପି କେବେ ଆସିଲା ପ୍ରତିବାଦକୁ ସେମାନେ କୁହନ୍ତୁ । ୧୯ଟି ସିବିଆଇ କେସ୍ ଓଡ଼ିଶାରେ ପଡି ରହିଛି । କେତେଟାର ଫଳାଫଳ ଆସିଛି ।ଅନ୍ୟପଟେ ବିଜେଡି କହିଛି ଏସଆଇଟି ତଦନ୍ତ ଚାଲିଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ସମୟ ମାଗିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ ।

Leave a Reply

Your email address will not be published. Required fields are marked *