ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ବଲାଙ୍ଗୀର ୧୯।୧୦:ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଶାନ୍ତିପଡା ଚନ୍ଦ୍ରଶେଖର ନଗର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଶାନ୍ତିପଡା ଚନ୍ଦ୍ରଶେଖର ନଗର ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ହେଲେ ଦେଓଗାଁ ଥାନା କୁଡସିଂଗା ଗାଁର ବୃନ୍ଦାବନ ସାହୁ । ତାଙ୍କ ବୟସ ୮୨ ବର୍ଷ । ବୃଦ୍ଧା ଜଣଙ୍କ ହେଲେ ନିରାଶ ସାହୁ । ତାଙ୍କ ବୟସ ୮୦ ବର୍ଷ ।ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡିରହିଥିବା ବେଳେ ବୃଦ୍ଧାଙ୍କର ମୃତଦେହ ଝରକାରେ ବନ୍ଧା ଅବସ୍ଥାରେ ବେକରେ ରଶି ଲାଗିଥିବା ଅବସ୍ଥାରେ ରହିଛି। ଅସହାୟ ଜୀବନ ବିତାଉଥିବାରୁ ଲୋକେ ଉକ୍ତ ଦମ୍ପତିଙ୍କୁ କ୍ୱାଟର୍ସରେ ରଖିଥିଲେ। ତେବେ କିଭଳି ଓ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି , ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *