ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି

କଳିଙ୍ଗ ଖବର,ନୂଆଦିଲ୍ଲୀ :ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି । ଟେଲିଗ୍ରାମ୍ ଆପ୍ ଜରିଆରେ ଏହି ଆତଙ୍କବାଦୀ ସଙ୍ଗଠନ ଏନେଇ ସୂଚନା ଦେଇଛି ।

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ସମ୍ମୁଖରେ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣ ବଡ ଧରଣର ନଥିଲେ ମଧ୍ୟ ଦୂତାବାସ ନିକଟରେ ଥିବା ୪/୫ଟି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ପୋରଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ସୂଚନା ମିଳିନାହିଁ । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁଇନ୍ଦା ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଦିଲ୍ଲୀ ସ୍ଥିତ ଅବଦୁଲ୍‌ କାଲାମ ରୋଡ୍‌ରେ ଥିବା ଇସ୍ରାଏଲ ଦୂତାବାସ ନିକଟ​‌ରେ ହୋଇଛି ଏହି ବିସ୍ଫୋରଣ ।

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ସର୍ବଶକ୍ତିମାନ ଆଲ୍ଲାଙ୍କ ଆଶୀର୍ବାଦ ଓ ସାହାଯ୍ୟ ପାଇଁ ସେମାନଙ୍କ ସଦସ୍ୟ ଦିଲ୍ଲୀର ଏକ ହାଇସିକ୍ୟୁରିଟି ଅଞ୍ଚଳରେ ବିସ୍ଫୋରଣ କରିପାରିଲେ । ଏହି ଅଞ୍ଚଳ ଏତେ ସୁରକ୍ଷିତ ଥିବା ସତ୍ତ୍ନେ ତାଙ୍କ ସଦସ୍ୟ ପ୍ରବେଶ କରି ଆଇଇଡି ବିସ୍ଫୋରଣ କରିଥିଲେ । ଏହା ଆରମ୍ଭ ମାତ୍ର । ଭାରତ ସରକାରଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରର ଏହା ପ୍ରତିଶୋଧ ଅଟେ ।

ସୂଚାନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଛାନଭିନ୍ ଆରମ୍ଭ ହୋଇଯାଇଛି । ପୋଲିସ ଏହାକୁ ମାମୁଲି ବିସ୍ଫୋରଣ କହିଥିଲେ ମଧ୍ୟ ତିନୋଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ଏକ ବୁଦା ମୂଳରେ ଗୋଟିଏ IED ରଖା ଯାଇଥିବା ସୂଚନା ମିଳିଥିଲା । କିନ୍ତୁ ଘଟଣାସ୍ଥଳରୁ ଆଉ କୌଣସି ବୋମା ମିଳିନଥିଲା । ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନର ଏବଂ IB ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ସାରା ଦେଶର ସବୁ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି ।

ଶନିବାର ତେବେ ଦିଲ୍ଲୀ ପୋଲିସକୁ ଏକ ଲଫାପା ମିଳିଥିଲା । ଏହା ଇସ୍ରାଏଲ ଦୂତାବାସ ନାଁରେ ଆସିଛି । ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାରେ ବୋଲି ଏଥିରେ ଉଲ୍ଲେଖ ରହିଥିଲା ।

 

Leave a Reply

Your email address will not be published. Required fields are marked *