ନବରଙ୍ଗପୁର ଜିଲ୍ଲା ଆରଏମସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।

ନବରଙ୍ଗପୁର,୧୪।୧୦: ନବରଙ୍ଗପୁର ଜିଲ୍ଲା ଆରଏମସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସର ଚଢ଼ାଉ କରିଛି । ଆଜି ସକାଳୁ ଏକ କାଳୀନ ୩ ଟି ସ୍ଥାନରେ ଭିଜିଲାନ୍ସର ତିନୋଟି ଟିମ ଚଢ଼ାଉ ଆରମ୍ଭ କରିଛି। ନବରଙ୍ଗପୁର ସହରର ଇଛାବତୀ ଗୁଡା ସ୍ଥିତ ବାସଭବନ, ଗାନ୍ଧିନଗରରେ ବାସଭବନ ଓ ଆରଏମସି କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢ଼ାଉ କରାଯାଇଛି ।ଏହି ଚଢ଼ାଉରେ ନୂଆପଡା ଜୟପୁର ଏବଂ ନବରଙ୍ଗପୁରର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ସମ୍ପତିର ଆକଳନ ଚାଲିଛି ସରିବାପରେ ସବୁକିଛି ଜଣାପଡିବ ବୋଲି ଭିଜିଲାନ୍ସ ଟିମ କହିଛନ୍ତି ।

Leave a Reply

Your email address will not be published. Required fields are marked *