କୋଲକାତା-କଳିଙ୍ଗ ଖବର-୧୮/୧୨:ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ ଧିରେଧିରେ ଭୁଶୁଡିବାରେ ଲାଗିଲାଣି । କାରଣ ବିଜେପି ମମତାଙ୍କ ଗଡ ଭାଙ୍ଗିବାକୁ ଜୋରଦାର କସରତ ଆରମ୍ଭ କରିଦେଇଛି । ବିଜେପିର ଜାତୀୟସ୍ତରର ନେତା ପଶ୍ଚିମବଙ୍ଗରେ ଡେରା ପକାଉଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଫୋକସରେ ରହିଛି ପଶ୍ଚିମବଙ୍ଗ । ଆଉ ଗୋଟିଏ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ଥିବା ବେଳେ ଏବେଠୁ ବଳ କଷାକଷି ହେଲେଣି ବିଜେପି ଓ ଟିଏମସି । ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ମମତାଙ୍କ ଉପରୁ ଏବେ ଦଳର ଅନେକ ନେତା ଆସ୍ଥା ହରାଇଲେଣି ।