କଳିଙ୍ଗ ଖବର-:ଆସୋଚାମର ସ୍ଥାପନା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସାମୁହିକ ବିକାଶ ପାଇଁ ସରକାର ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି । ବିକାଶର ଧାରା ଜାରି ରଖିବାକୁ ସରକାର ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ।ଆତ୍ମ ନିର୍ଭର ଭାରତ ଦେଶବାସୀଙ୍କର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ପୂର୍ବରୁ କାହିଁକି ଭାରତ (ହ୍ୱାଏ ଇଣ୍ଡିଆ) ବୋଲି କହୁଥିବା ଲୋକଙ୍କ ମନରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ସେମାନେ ଏବେ ହ୍ୱାଏ ନଟ୍ ଇଣ୍ଡିଆ ବା (କାହିଁକି ଭାରତ ନୁହେଁ) ବୋଲି ଚିନ୍ତା କରିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ବିକାଶର ଧାରାକୁ ଏହା ସୂଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।