ନୂଆଦିଲ୍ଲୀ ୪।୧୦: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆୟୁର୍ବେଦ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ବାଳକୃଷ୍ଣ ଦେଶର ଧନୀକଙ୍କ ସୂଚୀରେ ଅଷ୍ଟାଦଶ ସ୍ଥାନରେ ଅଛନ୍ତି। ‘ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ’ ଅନୁସାରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୬,୮୦୦ କୋଟି ଟଙ୍କା। କୋଭିଡ-୧୯ ମହାମାରୀ ସାରା ଦେଶର ବାଣିଜ୍ୟକୁ ପ୍ରଭାବିତ କରିଛି। ତେବେ ବାଳକୃଷ୍ଣଙ୍କ କମ୍ପାନୀର କାରବାରରେ କୌଣସି ପ୍ରଭାବ ପଡିନାହିଁ। ଏଣୁ ୨୦୧୯ରେ ସେ ସୂଚୀର ଯେଉଁସ୍ଥାନରେ ଥିଲେ ୨୦୨୦ରେ ମଧ୍ୟ ସେହି ସ୍ଥାନରେ ଅଛନ୍ତି।
ପତଞ୍ଜଳୀର ଆୟୁର୍ବେଦର ବ୍ୟବସାୟୀକ ରଣନୀତି ପ୍ରସ୍ତୁତି ଓ ଏହାର ହର୍ବଲ ଉତ୍ପାଦ ସେଗମେଣ୍ଟକୁ ଆଚାର୍ଯ୍ୟ ବାଲକୃଷ୍ଣ ସମ୍ଭାଳିଥାନ୍ତି। ଏଣୁ ପତଞ୍ଜଳୀର ବରିଷ୍ଠତା ସୂଚୀରେ ବାବା ରାମଦେଙ୍କ ବାଦେ ତାଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି। ଫୋର୍ବସ ଇଣ୍ଡିଆଙ୍କ ରିପୋର୍ଟ ଅନୁସାରେ ପତଞ୍ଜଳୀ ଆୟର୍ବେଦରେ ତାଙ୍କର ଭାଗୀଦାରୀ ୯୮.୫ ପ୍ରତିଶତ। ହର୍ବାଲ ଟୁଥପେଷ୍ଟରୁ ଆରମ୍ଭ କରି କସମେଟିକ୍ସ ଓ ନୁଡଲସ୍ ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀ ଗତ କିଛି ବର୍ଷ ହେଲା ବେଶ୍ ଗ୍ରେଥ କରିବାରେ ଲାଗିଛି।
କମ୍ପାନୀର ବର୍ତ୍ତମାନ ବାର୍ଷିକ କାରବାର ଅନୁନ୍ୟ ୧୦ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଏହା ଛଡା ପତଞ୍ଜଳୀ ମଧ୍ୟ ବିଶ୍ୱର ବଡବଡ କମ୍ପାନୀଙ୍କ ଭଳି ଇ-କମର୍ସ ଉପରେଗୁରୁତ୍ୱ ଦେଉଛି। ଖାସ ଏଥିଯୋଗୁ ଗତଦିନରେ କମ୍ପାନୀ ଆମାଜନ, ଫ୍ଲିପକାର୍ଟ ଓ ବିଗ୍ ବାସ୍କେଟ ଭଳି କମ୍ପାନୀଙ୍କ ସହ ରାଜିନାମା ମଧ୍ୟ କରିଛି। ୨୦୧୯ ମସିହାରେ ପତଞ୍ଜଳୀ ଆୟୁର୍ବେଦ ଖାଦ୍ୟତୈଳ ପ୍ରସ୍ତୁତକାରୀ କମ୍ପାନୀ ଋଚି ସୋୟାର ଅଧିଗ୍ରହଣ କରିଥିଲା।