ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୨୭।୧୦: ଦେଶର କୌଣସି ବି ନାଗରିକ ଏବେ ଜାମ୍ମୁ-କାଶ୍ମୀରରେ ଜମି କିଣି ପାରିବେ। ଏନେଇ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ଦ୍ଵାରା ଜାରି ଏହି ଅଧିସୂଚନାରେ କୁହାଯାଇଛି ଯେ, ଏହି ଆଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ପୁନର୍ଗଠନ ତୃତୀୟ ଆଦେଶ-୨୦୨୦ କୁହାଯିବ।

Jammu and Kashmir opens for tourists from today: COVID-19 test, confirmed air tickets must — Here's all you need to know

କେନ୍ଦ୍ର ଦ୍ଵାରା ଜାରି ବିଜ୍ଞପ୍ତି ପରେ ଆଦେଶକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି। ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅନୁଯାୟୀ ଆମେ ଚାହୁଁଛୁ ବାହାରୁ ଶିଳ୍ପ ଆସି ଜାମ୍ମୁ-କାଶ୍ମୀରରେ ପ୍ରତିଷ୍ଠା ହେଉ। ଏଥିପାଇଁ ଉଦ୍ୟୋଗୀଙ୍କୁ ରାଜ୍ୟରେ ଜମି ଉପଲବ୍ଧ କରାଯିବାର ଆବଶ୍ୟକତା ରହିଛି। ମାତ୍ର ଚାଷ ପାଇଁ ଜମି ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଇ ପାରିବ ନାହିଁ। ଏହା ଉପରେ କେବଳ ସ୍ଥାନୀୟ ଲୋକଙ୍କ ଅଧିକାର ରହିଛି।

 

 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତି ଅନୁସାରେ କୌଣସି ବି ଭାରତୀୟ ଜାମ୍ମୁ-କାଶ୍ମୀରରେ ଫ୍ୟାକ୍ଟ୍ରି, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ। ଏଥିପାଇଁ କୌଣସି ପ୍ରକାରର ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ଦେଖାଇବାର ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ କେବଳ ସେଠାକାର ବାସିନ୍ଦାଙ୍କୁ ଜମି କିଣିବାର ଅଧିକାର ଥିଲା। ମାତ୍ର ବର୍ତ୍ତମାନ ଅନ୍ୟ ରାଜ୍ୟର ଲୋକ ଏହି ଉପତ୍ୟକାରେ ଜମି କିଣି ନିଜର କାମ ଆରମ୍ଭ କରି ପାରିବେ। ଗତ ବର୍ଷ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହା ପରେ ୨୦୧୯ ଅକ୍ଟୋବର ୩୧ରେ ଜାମ୍ମୁ-କାଶ୍ମୀର କେନ୍ଦ୍ରି ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏବେ କେନ୍ଦ୍ର ଶାସିତ ହେବାର ଗୋଟିଏ ବର୍ଷ ପରେ ଜମି କିଣାବିକା ଆଇନରେ ପରିବର୍ତ୍ତନ ହୋଇଛି।

Leave a Reply

Your email address will not be published. Required fields are marked *