ଚୋରା ଚାଲାଣ ବେଳେ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ : ୩ ଗିରଫ, ଦୁଇ ଫେରାର

ମାଲକାନଗିରି ୫।୧୦: ମାଲକାନଗିରି ଜିଲ୍ଲାରେ ପୁଣି ଏକ ଗଞ୍ଜେଇ ବୋଝେଇ ଗାଡି ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ପଦ୍ମଗିରି ଅଞ୍ଚଳରୁ ଗଞ୍ଜେଇ ନେଇ ଛତିଶଗଡକୁ ଚୋରା ଚାଲାଣ କରିବା ସମୟରେ ଏକ ପିକଅପ ଭ୍ୟାନଟିକୁ ଜବତ କରିଛି ଜିଲ୍ଲା ଅବକାରୀ ପୋଲିସ । ଏହାସହ ଗାଡିରେ ଥିବା ୫ଜଣ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ୨ ଜଣ ଫେରାର ହୋଇଯାଇଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ପଦ୍ମଗିରି ଗାଁ ନିକଟରେ ଅବକାରୀ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ପିକଅପ ଗାଡିଟିକୁ ଅଟକାଇଥିଲେ । ପରେ ଗାଡିଟିକୁ ଯାଞ୍ଚ କରିବା ସମୟରେ ଏଥିରୁ ୧୭ ବସ୍ତା ଗଞ୍ଜେଇ ବାହାରିଥିଲା । ଜବତ ହୋଇଥିବା ମୋଟ୍ ୭ କ୍ବିଣ୍ଟାଲ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *