ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ

କଳିଙ୍ଗ ଖବର,ବ୍ରହ୍ମପୁର :ଖବର ଅନୁଯାୟୀ, ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।  ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର ଗୁଇନ୍ଦା ବିଭାଗ । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ ଏକ ଗଞ୍ଜେଇ ଟ୍ରକ ଜବତ ହୋଇଛି ।  ଟ୍ରକରୁ ପ୍ରାୟ ୨ ହଜାର କିଲୋର ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ଏତେ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।।କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ । ତେବେ ଏହି ଘଟଣାରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏହାପୂର୍ବରୁ  ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ହେବା ସମୟରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ।

Leave a Reply

Your email address will not be published. Required fields are marked *