ରାଜନୀତି,୧୪।୧୨: ଗୋଆରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) ଜିଲ୍ଲା ପରିଷଦ ତଥା ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି। ଦଳ ୪୯ଟି ଆସନରୁ ୩୨ଟିରେ ବିଜୟୀ ହୋଇଛି। ବିରୋଧୀ କଂଗ୍ରେସ କେବଳ ୪ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ସାତଟି ଆସନ ସ୍ଵାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିବା ବେଳେ ଏନସିପି ଗୋଟିଏ ଆସନରେ ଜିତିଛି। ଏହା ପୂର୍ବରୁ ବିଜେପି ହାଇଦ୍ରାବାଦ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା।
୨୦୨୨ରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ଦୃଷ୍ଟିରୁ ଏହି ସଫଳତା ବିଜେପି ପାଇଁ ଗୁରୁତ୍ଵ ବହନ କରୁଛି। ଗୋଆ ଫଳାଫଳ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ନିର୍ବାଚନରେ ୨୦୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଡିସେମ୍ବର ୧୨ରେ ଭୋଟ୍ ଗ୍ରହଣ ହୋଇଥିଲା। ହେଲେ ମହାମାରୀ ଭୟରେ କମ୍ ଭୋଟ୍ ଦେଖିବାକୁ ମିଳିଥିଲା।