କ୍ରିକେଟ ପ୍ରେମୀଙ୍କୁ ପାଇଁ ଖୁସିର ଖବର । ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

କଟକ-କଳିଙ୍ଗ ଖବର-୨୬।୧୨: କ୍ରିକେଟ ପ୍ରେମୀଙ୍କୁ ପାଇଁ ଖୁସିର ଖବର । ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହେବେ ଏମ୍‌ଜିଏମ୍‌ ଟି-୨୦ କ୍ରିକେଟ୍‌ ଲିଗ୍‌ । ଏଥିରେ ୬ଟି ଟିମ୍‌ ଭାଗନେବାର କାର୍ଯ୍ୟକ୍ରମ ରହିଛି । କୋଭିଡ଼ କଟକଣା ମଧ୍ୟରେ ଖେଳାଯିବ ସମସ୍ତ ମ୍ୟାଚ୍‌ ।

ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୧୪ରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଓସିଏ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି ।

Leave a Reply

Your email address will not be published. Required fields are marked *