କୋରାପୁଟ ୧୧।୧୧:କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାର ନିକଟସ୍ଥ ଧୌଡ଼ାପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ନିଜର ୨୨ ବର୍ଷୀୟା ୨ୟ ସ୍ତ୍ରୀ ପାର୍ବତୀ ଟାକିରିକୁ କୁକୁଡ଼ା କଟା ଛୁରୀରେ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଛି ସ୍ୱାମୀ କାର୍ତିକ ଟାକିରି। ସ୍ୱାମୀର କଟୁରି ଚୋଟରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ସ୍ତ୍ରୀର।ପାରିବାରିକ ଅଶାନ୍ତିକୁ ନେଇ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। କୋରାପୁଟ ସଦର ଥାନା ପୋଲିସ ଶବକୁ ଜବତ କରିବା ସହ ହତ୍ୟାକାରୀ ସ୍ଵାମୀ କାର୍ତ୍ତିକ ଟାକିରୀକୁ ଗିରଫ କରି ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରିଛି। ଘଟଣାର ତଦନ୍ତ ଜରିରହିଥିବା କୋରାପୁଟ ଏସ୍ଡ଼ିପିଓ ଗୁଣନିଧି ମଲିକ ଜଣାଇ ଛନ୍ତି।