କୋରାପୁଟ ,୪।୧୨ : କୋରାପୁଟ ଏସପି ଙ୍କ ନିକଟରେ କ୍ୟାଡର ମାଓବାଦୀ ରାମେ ମାଡକାମୀଙ୍କ ଆତ୍ମ ସମର୍ପଣ। ୪ଲକ୍ଷଟଙ୍କା ପୁରସ୍କାର ଥିଲା ରାମେଙ୍କ ଉପରେ। ୧୦ ରୁ ଉର୍ଧ୍ବ ସଂଙ୍ଗିନ ମାମଲାରେ ସମ୍ପୃକ୍ତ ଥିବା କୋରାପୁଟ ଏସପିଙ୍କ ସୁଚନା। ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁବୁ ଗ୍ରାମର ରାମେ ମାତ୍ର ୧୬ ବର୍ଷ ବୟଷରେ ମାଓବାଦୀଙ୍କ ଗଣ ନାଟ୍ୟ ମଣ୍ଡଳିରେ ସାମିଲ ହୋଇଥିଲେ। ରାମେ ମାଡକାମୀ ୨୦୧୩ ରେ ଗଣ ନାଟ୍ୟ ମଣ୍ଡଳିର ସଦସ୍ୟ ଭାବେ ଯୋଗଦେଇଥିଲେ।ପରେ ତାଲିମନେଇ ୩୦୩ ଓ ଇନସାସ ବନ୍ଧୁକ ଚଲାଇବାରେ ଦକ୍ଷତା ହାସଲ କରିଥିଲେ ରାମେ । ୨୦୧୩ ରୁ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲା, ଛତିଶ ଗଡ ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ସକ୍ରିଯ ରହିଥିଲେ ରାମେ ମାଡକାମୀ।
ପୁର୍ବ ଭଳି ମାଓବାଦୀଙ୍କ ପ୍ରତି ଲୋକଙ୍କ ସମର୍ଥନ ମିଳୁନଥିବା ବେଳେ ଲୋକେ ମାଓବାଦୀଙ୍କୁ ବିରୋଧ କରୁଛନ୍ତି। ଏହା ସହ ସ୍ବାଭିମାନ ଅଂଚଳରେ ପୋଲିସର ଘନ ଘନ କମ୍ବିଂ ଅପରେସନ ଯୋଗୁଁ ଜଙ୍ଗଲରେ ବଂଚିବା କଷ୍ଟକର ହୋଇପଡୁଛି। ସରକାରଙ୍କ ମାଓ ଦମନ ନୀତିରେ ଭୟଭୀତ ହୋଇ ସ୍ବାଭାବିକ ଜୀବନ ବିତାଇବାକୁ ମନସ୍ଥ କରି ସୁଯୋଗ ସୁବିଧା ଦେଖି ଆତ୍ମ ସମର୍ପଣ କଲି ବୋଲି ଏସିଏମ କେଡର ମହିଳା ମାଓବାଦୀ ପ୍ରକାଶ କରିଛନ୍ତି।ଆତ୍ମ ସମର୍ପଣ ପରେ ରାଜ୍ୟ ସରକାରଙ୍କ ମାଓ ଥଇଥାନ ଯୋଜନା ଅନୁଯାୟି ଥଇଥାନ କରାଯିବ ବୋଲି କୋରାପୁଟ ଏସପି ମୁକେଶ କୁମାର ଭାମୁ କହିଛନ୍ତି.