ପୁରୀ ,୧୨।୧୨ : କରୋନା ମହାମାରୀ ପାଇଁ ଦିର୍ଘ ଦିନ ହେଲାଣି ବନ୍ଦ ରହିଥିବା ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରକ୍ରିଆ ଆରମ୍ଭ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁସାରେ ଡିସେମ୍ୱର ୨୧ରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର! ତେବେ ମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
ଶ୍ରୀ ମନ୍ଦିରର ଦ୍ବାର ଡିସେମ୍ବର ୨୧ରୁ ଖୋଲିଲେ ମଧ୍ୟ ସୀମିତ ସଂଖ୍ୟକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିପାରେ। ଏକ ନିର୍ଭରଯୋଗ୍ୟ ସୁତ୍ରରୁ ମିଳିଥିବା ସୂଚନାଅନୁସାରେ ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। କରୋନା ପୂର୍ବରୁ ଶ୍ରୀମନ୍ଦିରକୁ ଦିନକୁ ପ୍ରାୟ ୪୦ ହଜାର ଭକ୍ତ ପ୍ରବେଶ କରୁତିବା ବେଳେ କରୋନା ପାଇଁ ବର୍ତ୍ତମାନ ୧୦ପ୍ରତିଶତ ଭକ୍ତଙ୍କୁ ମନ୍ଦିରକୁ ଛାଡିବା ନେଇ ନିଷ୍ପତ୍ତି ହୋଇପାରେ ।