କଟକ,କଳିଙ୍ଗ ଖବର,୨୮/୧୨:ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟରତ ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ ତଥା କାମରେ ଢିଲା ମାରୁଥିବା ପୋଲିସ ବାବୁଙ୍କୁ ଆଉ ନିସ୍ତାର ନାହିଁ । କାର୍ଯ୍ୟକ୍ଷେତ୍ରରେ ଅବହେଳା କରୁଥିବା, ନିଜ ବୃତ୍ତି ପ୍ରତି ନିଷ୍ଠା ରଖିନଥିବା ଦୁର୍ନୀତିଖୋର୍ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏଥିପାଇଁ ପୋଲିସ ମୁଖ୍ୟାଳୟରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ବିଭାଗର ଉପର ସ୍ତରରୁ ହିଁ ଆରମ୍ଭ ହୋଇଯାଇଛି । ପ୍ରଥମେ ପୋଲିସ ଇନ୍ସପେକ୍ଟରଙ୍କ ଉପରେ ଖଣ୍ଡା ଝୁଲିବ। ଚାକିରିରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା କିମ୍ବା ୫୦ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଦୁର୍ନୀତି ବା ଅପରାଧିକ ମାମଲା ଥିବ, ଅବା ବିଭିନ୍ନ କାରଣରୁ ଯେଉଁମାନେ ଆଇନଗତ ବିବାଦରେ ଛନ୍ଦି ହୋଇଥିବେ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।