କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ଏୟାର ଇଣ୍ଡିଆ କିଣିବା ପାଇଁ ଲେଟର ଅଫ୍ ଇଣ୍ଟ୍ରେଷ୍ଟ (ଇଓଆଇ) ଦାଖଲ କରିବାର ଶେଷ ତାରିଖ ଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଅନେକ ବଡ଼ ବଡ଼ କମ୍ପାନି ଇଓଆଇ ଦାଖଲ କରିଥିବା ଜଣା ପଡ଼ିଛି।
  2. ପରିସଂଖ୍ୟାନ କହୁଛି ହାରାହାରି ପ୍ରତି ୮ ମିନିଟ୍ରେ ଭାରତରେ ଜଣେ ଶିଶୁ ନିଖୋଜ ହେଉଛନ୍ତି। ଓଡ଼ିଶାରେ ଦିନକୁ ନିଖୋଜ ଶିଶୁଙ୍କ ସଂଖ୍ୟା ହାରାହାରି ୧୫। ସରକାର ସଚେତନତା ପାଇଁ ‘ପରୀ ରଥ’ ବୁଲାଇଥିବାବେଳେ ‘ମୋ ସାଥୀ ଆପ୍’ ଓ ‘ଅପରେସନ୍ ମୁସ୍କାନ’ ଭଳି ବହୁ ଅଭିଯାନ କରିଛନ୍ତି।
  3. ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଗତ ଦୁଇସପ୍ତାହ ହେବ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି ।
  4. ଭାରତରେ ଇଲେକ୍ଟ୍ରିକ୍ ଯାନଗୁଡିକର ବଜାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଆପ ମାଧ୍ୟମରେ ଟ୍ୟାକ୍ସି ବୁକିଂ କମ୍ପାନୀ କରୁଥିବା ଓଲା (ଙଖଇ) ତାମିଲନାଡୁରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ତାମିଲନାଡୁ ରାଜ୍ୟ ସରକାରଙ୍କ ସହ ଏ ନେଇ କମ୍ପାନୀ ପକ୍ଷରୁ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କକରାଯାଇଛି।
  5. ଚୀନ ସାମାଗ୍ରୀକୁ ବୟକଟ କରୁଯାଉଥିବା ବେଳେ ଭାରାତୀୟ ବଜାରକୁ ପ୍ରେବଶ କରିବାକୁ ଯାଉଛି ଏକ ନୂତନ ସ୍ମାର୍ଟଫୋନ ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି କରାଯାଇଛି। ଏହି ସ୍ମାର୍ଟଫୋନର ନାମ ହେଉଛି ବ୍ଲକ୍ ଚେନ୍ ।
  6. ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇ କହିଛନ୍ତି ଯେ, ଆସନ୍ତା ଚାରିରୁ ଛଅ ମାସ ମଧ୍ୟରେ କରୋନା ଭୂତାଣୁର ପ୍ରକୋପ ବହୁତ ଅଧିକ ହୋଇପାରେ। ସୂଚନାଯୋଗ୍ୟ ତାଙ୍କର ‘ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍’ କୋଭିଡ୍ -୧୯ ଟିକା ପ୍ରସ୍ତୁତି ଏବଂ ବିତରଣ ଅଭିଯାନର ଏକ ଅଂଶ।
  7. ଚଳିତ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ନୂଆବର୍ଷ ଉପହାର ଦେଇପାରେ। ସଦସ୍ୟମାନଙ୍କ ଖାତାରେ ୨୦୧୯-୨୦ ଆର୍ଥିକ ବର୍ଷ ବାବଦ ୮.୫ ପ୍ରତିଶତ ସୁଧ ଟଙ୍କା ଜମା କରାଯିବାର ଅନେକ ସମ୍ଭାବନା ରହିଛି।
  8. ଭାରତୀୟ ମହାକାଶ ଗବେଷଣ ସଂସ୍ଥା (ISRO) ମଧ୍ୟ ମହାମାରୀ ମଧ୍ୟରେ ବ୍ୟାପକ କ୍ଷତି ସହିଛି । ଇସ୍ରୋ ପ୍ରତିବର୍ଷ ବିଦେଶୀ ସାଟେଲାଇଟ୍ ଲଞ୍ଚ କରିବା ସହିତ ଅନ୍ତାରୀକ୍ଷ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ରୋଜଗାର କରେ । କିନ୍ତୁ ଚଳିତ ବର୍ଷ ଏହି ରୋଜଗାର ଖସିଆସି ମାତ୍ର ୮ କୋଟି ରହିଛି । ମହାମାରୀ କାରଣରୁ ଅନେକ ଦେଶମାନଙ୍କରେ ହେବାକୁ ଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଯାହାଫଳରେ କି ମହାକାଶ ଗବେଷଣା ସଂସ୍ଥା ଗୁଡିକର ବ୍ୟାପକ କ୍ଷତି ଘଟିଛି ।
  9. ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିସହ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
  10. ବିଶ୍ବର ବିଭିନ୍ନ ଦେଶରେ ଏବଂ ବହୁରାଷ୍ଟ୍ରୀୟ କମ୍ପାନି ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୨୦ ଲକ୍ଷ କର୍ମଚାରୀଙ୍କର ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ସଂପର୍କ ରହିଛି। ସେମାନେ ଦଳରେ ପଞ୍ଜୀକୃତ ହୋଇଛନ୍ତି। ପ୍ରତିରକ୍ଷାଠାରୁ ଆରମ୍ଭ କରି ବ୍ୟାଙ୍କ ଓ କରୋନା ଟିକା ପ୍ରସ୍ତୁତ କରୁଥିବା ବଡ଼ ବଡ଼ ଔଷଧ କମ୍ପାନିରେ ସିପିସି କର୍ମୀମାନେ କାର୍ଯ୍ୟ କରୁଛନ୍ତି ବୋଲି ଲିକ୍ ହୋଇଥିବା ତଥ୍ୟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *