କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ଆସନ୍ତା ୩୧ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ।
  2. ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେରଳ ରାଜଧାନୀ ଥିରୁବନନ୍ତପୁରମର ମେୟର ହେବେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀ । ଯଦି ଦଳର ରାଜ୍ୟ କମିଟି ଜିଲା କମିଟି ପ୍ରସ୍ତାବକୁ ଅନୁମୋଦନ କରେ ତେବେ ଏହି ଯୁବତୀ ଦେଶର ସର୍ବକନିଷ୍ଠ ମେୟର ଭାବରେ ନିର୍ବାଚିତ ହେବେ ।
  3. ଆନ୍ଧ୍ର ପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟର ଥିବା ମ୍ୟୁନିସିପାଲିଟି ସ୍କୁଲର ପ୍ରୋଜେକ୍ଟଗୁଟିକୁ ଚଳିତ ଶିକ୍ଷାବର୍ଷରେ ବିଶ୍ବର ଅନ୍ୟତମ ସମ୍ମାନସ୍ପଦ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯୋଗାଯୋଗ କ୍ଷେତ୍ରରେ ଅଧିକ ଦକ୍ଷତା ପ୍ରତିପାଦନ ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ କେମ୍ରିଜ୍ ବିଶ୍ବବିଦ୍ୟାଳୟ ।
  4. କୃଷକ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳକୁ ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କୃଷକ ଆନ୍ଦୋଳନ ଯୋଗୁଁ ପଞ୍ଜାବର ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହେଉଥିବାରୁ ଏହି କ୍ଷତିର ପରିମାଣ ଦିନକୁ ଦିନ ବଢିଚାଲିଛି ।
  5. ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି କୃଷକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୮,୦୦୦ କୋଟି ଟଙ୍କା ପ୍ରେରଣ କରିଛନ୍ତି।
  6. ଭାରତରେ ଆଜି ନୂଆ ଭାଇରସ୍‌ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୟୱାଡ଼ାରେ ଜଣେ ଏଂଗ୍‌ଲୋ ଇଣ୍ଡିଆନ୍‌ ମହିଳା ଏହି ନୂତନ ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ମହିଳାଙ୍କ ନାମ ମେରୀ ୱିନ୍‌ଫ୍ରେଡ୍‌ ଆନ୍‌ ଏବଂ ସେ ରାଜମହେନ୍ଦ୍ରୀର ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି। ମହିଳା ଜଣକ ନିକଟରେ ବ୍ରିଟେନ୍‌ରୁ ଫେରିଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଯାଇଥିଲା।
  7. ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ଏକ ୩ଡି ଖ୍ରୀଷ୍ଟମାସ ବାଲୁକା କଳା କରି କୋଭିଡ-୧୯କୁ ନେଇ ଲୋକଙ୍କୁ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
  8. ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
  9. ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ ବିଜେଡି ,ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି
  10. ଓଡ଼ିଶାର ମୋବାଇଲ୍‌ ସେବା ବଜାର ଏକପ୍ରକାର ମାନ୍ଦା ହୋଇଯାଇଛି। ନୂଆ ଗ୍ରାହକ ସଂଖ୍ୟାରୁ ଏଭଳି ସଙ୍କେତ ମିଳୁଛି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ମାତ୍ର ୧୦,୩୦୦ ବଢ଼ିଛି।

 

Leave a Reply

Your email address will not be published. Required fields are marked *