Skip to content
- ଅନୁସୂଚିତ ଜାତି(ଏସ୍ସି) ବର୍ଗର ଛାତ୍ରୀଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏସ୍ସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି। ଆସନ୍ତା ୫ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ବ ଏସସି ଛାତ୍ରଛାତ୍ରୀଙ୍କ ମେଟ୍ରିକ୍ ପରବର୍ତ୍ତୀ ସ୍କଲାରସିପ୍ (ଛାତ୍ରବୃତ୍ତି) ପାଇଁ ୫୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି କେନ୍ଦ୍ର ସରକାର।
- ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।
- ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ ଗ୍ରେଟର ନୋଏଡା ସ୍ଥିତ ଦୁଇ କାରଖାନାକୁ ଔପଚାରିକ ବନ୍ଦ ଘୋଷଣା କରିଛି।୧୯୯୫ରେ ଗ୍ରେଟର ନୋଏଡାରେ ହୋଣ୍ଡା କାରର ପ୍ଳାଣ୍ଟ ନିର୍ମାଣ ହୋଇଥିଲା। ୧୯୯୭ରେ ଏହି ପ୍ଲାଣ୍ଟରୁ କାର ଉତ୍ପାଦନ ଆରମ୍ଭ ହୋଇଥିଲା। ହୋଣ୍ଡା ସିଟି, ସିଆର-ଭି, ହୋଣ୍ଡା ସିଭିକ୍ ସହିତ ଅନ୍ୟ ମଡେଲ୍ ଏହି ଠାରେ ହିଁ ଉତ୍ପାଦନ ହେଉଥିଲ।
- ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବ୍ରହ୍ମପୁର, ଧରାକୋଟ, ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚଳାଇଛି। ସେପଟେ ଉଦ୍ଧବଙ୍କ ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ବି ଭିଜିଲାନ୍ସ ଖୋଳତାଡ଼ କରୁଛି।
- ଦେଶର ବିଶିଷ୍ଟ ଆନ୍ଥ୍ରୋପୋଲଜିଷ୍ଟ ତଥା ଭାରତୀୟ ମାନବ ବିଜ୍ଞାନ ସର୍ଭେ (ଆନ୍ଥ୍ରୋପୋଲଜିକାଲ ସର୍ଭେ ଅଫ ଇଣ୍ଡିଆ) ର ନିର୍ଦ୍ଦେଶକ ଡ.ଭି.କେ. ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ଥିଲେ।
- ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
- ଆଜାମନ୍ ଡଟ୍ ଇନ୍ରେ ଚଳିତ ବର୍ଷ କୋଟିପତି ବିକ୍ରେତାଙ୍କ ସଂଖ୍ୟାରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଏହି ପ୍ଲାଟଫର୍ମରେ ୪୧୫୨ ବିକ୍ରେତା ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଛନ୍ତି। ଆମାଜନ୍ ସହ ସାତ ଲକ୍ଷ ବିକ୍ରେତା ଯୋଡ଼ିହୋଇଛନ୍ତି। ୨୦୨୦ରେ ୧.୫ ଲକ୍ଷ ନୂଆ ବିକ୍ରେତା ଯୋଗ ଦେଇଛନ୍ତି।
- କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯିବ। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ।
- କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୮ ଦିନରେ ପହଞ୍ଚିଛି। ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ଏବଂ ଚାଷୀଙ୍କ ସମସ୍ୟାକୁ ଗୌଣ ଭାବୁଛନ୍ତି ବୋଲି ଭାରତୀୟ କିଷାନ୍ ସଂଘର ନେତା ୟୁଦ୍ଧବୀର ସିଂହ କହିଛନ୍ତି।
- ଆସନ୍ତା ୩୧ ତାରିଖ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅବସର ଗ୍ରହଣ କରିବେ।ଏଥିସହିତ ପରବର୍ତୀ ମୁଖ୍ୟଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି।