କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ବିଷୟରେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୧ ଜାନୁଆରୀ-ଫେବୃଆରୀରେ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ।
  2. ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଏବଂ ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧିରେ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ(ଲେଜିଅନ୍ ଅଫ୍ ମେରିଟ୍) ପ୍ରଦାନ କରିଛନ୍ତି।
  3. ମଙ୍ଗଳବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏକ ମିନି ଇଣ୍ଡିଆ ଅଛି ଯେଉଁଠାରେ ଉର୍ଦ୍ଦୁ-ହିନ୍ଦୀ-ଆରବୀ-ସଂସ୍କୃତ ଶିକ୍ଷା ଦିଆଯାଇଛି।
  4. ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୬ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ପଏଣ୍ଟ୍‌ ପାଇଥିବା ଓଡ଼ିଶା ଏଫ୍‌ସି ମଙ୍ଗଳବାର ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସିକୁ ଭେଟିବ। ‌ଜିଏମ୍‌ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚଳିତ ଋତୁର ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଓଡ଼ିଶା ଓହ୍ଲାଇବ।
  5. କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସୁତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ଗୋଟିଏ ମାସ ମିଶନ ସଡକ ସୁରକ୍ଷା କାର୍ଯ୍ୟକ୍ରମ ରୂପେ ପାଳନ କରାଯିବ। ୧୮ ଜାନୁଆରିରୁ ୧୭ ଫେବ୍ରୁଆରି ମଧ୍ୟରେ ପୃଥକ ବିଭାଗର ନିର୍ଦ୍ଦେଶକ ଓ ସେମାନଙ୍କର ଟିମ୍ ସମାରୋହର ଆୟୋଜନ କରିବେ।
  6. ଦେଶରେ ପ୍ରତ୍ୟେକ ବର୍ଷ ସଡକ ଦୁର୍ଘଟଣାରେ ବୃଦ୍ଧି ହେଉଥିବା ମୃତକମାନଙ୍କ ସଂଖ୍ୟାରେ ଅଙ୍କୁଶ ଲଗାଇବା ପାଇଁ ଜନ ପ୍ରତିନିଧିମାନେ ଏଣିକି ଲୋକମାନଙ୍କୁ ଯାତାୟତ ଓ ସଡ଼କ ସୁରକ୍ଷା ଆଇନ୍‌ର ପାଠ ପଢାଇବେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଂଯୁକ୍ତ ରୂପେ ସଡକ ସୁରକ୍ଷା ସୁଦୃଢୀକରଣ ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବେ।
  7. ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ପ୍ରାୟତଃ ଦୂର ହୋଇଛି। ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି।
  8. ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗଭିତ୍ତିକ ନୌଶକ୍ତି କ୍ଷମତା ବୃଦ୍ଧି ପାଇଁ ଗଠିତ ଚତୁର୍ଦେଶୀୟ(ଆମେରିକା-ଜାପାନ-ଭାରତ-ଅଷ୍ଟ୍ରେଲିଆ) ମେଣ୍ଟ(କ୍ବାଡ୍‌)ର ଅନ୍ୟ ତିନି ମୂଳ ବିନ୍ଧାଣୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜନ୍ ଅଫ୍‌ ମେରିଟ୍‌’ରେ ସମ୍ମାନିତ କରିଛନ୍ତି।
  9. ପ୍ରଧାନମନ୍ତ୍ରୀ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ‘ମିନି ଇଣ୍ଡିଆ’ ଭାବେ ବର୍ଣ୍ଣନା କରିବା ସହ ଏହି ବିଶ୍ବବିଦ୍ୟାଳୟ ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଛନ୍ତି। ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମୋଦୀ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ‌ରେ ମୁଖ୍ୟ ଅତିଥି ହୋଇଛନ୍ତି। ଏହା ପୂର୍ବରୁ ୧୯୬୪ରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ମୁଖ୍ୟ ଅତିଥି ହୋଇଥିଲେ।
  10. ନେପାଳ ସଂସଦ ଭଙ୍ଗ ସହ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ହାତରୁ ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି) ଅଧ୍ୟକ୍ଷ ପଦ ମଧ୍ୟ ଯାଇଛି। ମଙ୍ଗଳବାର ଏଥିଲାଗି ଅନୁଷ୍ଠିତ ନିର୍ବାଚନରେ ଅବସ୍ଥାପିତ ଅଧ୍ୟକ୍ଷ ଓଲିଙ୍କ ବିପକ୍ଷରେ ବରିଷ୍ଠ କମ୍ୟୁନିଷ୍ଟ ନେତା ମାଧବ ଚନ୍ଦ୍ର ନେପାଲ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ।

Leave a Reply

Your email address will not be published. Required fields are marked *