Skip to content
- ରିଆନଙ୍କ ବାର୍ଷିକ ରୋଜଗାର କହିବାକୁ ଗଲେ ୩୦ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୨୦ କୋଟି ଟଙ୍କା । ତେବେ ମିଳିଥିବା ରିପୋର୍ଟ ଅନୁସାରେ ରିଆନ ଖେଳନାକୁ ଖୋଳରୁ ବାହାର କରି ଏହା ଉପରେ ବର୍ଣ୍ଣନା କରନ୍ତି। ଏପରିକି ଟୁଥ୍ପେଷ୍ଟ, ବ୍ୟାକ୍ପ୍ୟାକସ ଆଦିର ଭିଡିଓ ପୋଷ୍ଟ କରନ୍ତି। ଏଥିପାଇଁ ଆମାଜନ୍ ଓ ଓ୍ବାଲ୍ମାର୍ଟ ୨୦୦ ମିଲିୟନ୍ ଡଲାର ରୋଜଗାର ମଧ୍ୟ କରିଛନ୍ତି
- କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତିକ୍ରମେ ୫ ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ତାମିଲନାଡୁ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶ ମଧ୍ୟ ସାମିଲ ଅଛି ।
- ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, ସରିସୃପ ଆଦି ରହିବେ ।
- ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି ।
- ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ନେପାଳ କମ୍ୟୁନିଷ୍ଟ୍ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପାର୍ଲାମେଣ୍ଟ୍ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି।
- ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚନ୍ଦ୍ରରେ ୨୦୨୭ ସୁଦ୍ଧା “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ କରିଛି। ନିକଟରେ ପ୍ରକାଶିତ ଆମେରିକାର ସ୍ପେସ୍ ପଲିସି ନିର୍ଦ୍ଦେଶନାମା (SPD-6) କହିଛି ଯେ ଚନ୍ଦ୍ର ପୃଷ୍ଠରେ ଆଣବିକ ଫିସନ୍ (FISAN) ଶକ୍ତି ପ୍ରଣାଳୀ ସ୍ଥାପନ କରାଯିବା ଉଚିତ୍। ଏହି ସିଷ୍ଟମ୍ ଏପରି ହେବା ଉଚିତ ଯେ ଏହା ୪୦ କିଲୋୱାଟ କିମ୍ବା ଅଧିକ ଶକ୍ତି ଉତ୍ପାଦନ କରିପାରିବ।
- ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତାଙ୍କ କମ୍ପାନୀ ବିରୋଧରେ ମଧ୍ୟ ଏକ ଠକେଇ ମାମଲାର ତଦନ୍ତ ଚାଲିଛି।
- ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସାଂସଦ ହାଜି ଖାନ ମହମ୍ମଦଙ୍କ ଗାଡିକୁ ଏହି ଆକ୍ରମଣ କରାଯାଇଥିଲା। ସେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
- ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନବଭାରତର ଗଠନ ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଆମେ ଆମର ସମସ୍ତ ମତପାର୍ଥକ୍ୟକୁ ଭୁଲିଯାଇ ଏକ ନୂଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ୍।
- କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ। କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି।