କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସାଂସଦ ହାଜି ଖାନ ମହମ୍ମଦଙ୍କ ଗାଡିକୁ ଏହି ଆକ୍ରମଣ କରାଯାଇଥିଲା। ସେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
  2. ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତାଙ୍କ କମ୍ପାନୀ ବିରୋଧରେ ମଧ୍ୟ ଏକ ଠକେଇ ମାମଲାର ତଦନ୍ତ ଚାଲିଛି।
  3. ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚନ୍ଦ୍ରରେ ୨୦୨୭ ସୁଦ୍ଧା “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ କରିଛି। ନିକଟରେ ପ୍ରକାଶିତ ଆମେରିକାର ସ୍ପେସ୍ ପଲିସି ନିର୍ଦ୍ଦେଶନାମା (SPD-6) କହିଛି ଯେ ଚନ୍ଦ୍ର ପୃଷ୍ଠରେ ଆଣବିକ ଫିସନ୍ (FISAN) ଶକ୍ତି ପ୍ରଣାଳୀ ସ୍ଥାପନ କରାଯିବା ଉଚିତ୍। ଏହି ସିଷ୍ଟମ୍ ଏପରି ହେବା ଉଚିତ ଯେ ଏହା ୪୦ କିଲୋୱାଟ କିମ୍ବା ଅଧିକ ଶକ୍ତି ଉତ୍ପାଦନ କରିପାରିବ।
  4. ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା
  5. ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ନେପାଳ କମ୍ୟୁନିଷ୍ଟ୍‍ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପାର୍ଲାମେଣ୍ଟ୍‌ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି।
  6. କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତିକ୍ରମେ ୫ ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ତାମିଲନାଡୁ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶ ମଧ୍ୟ ସାମିଲ ଅଛି ।
  7. ଆଗାମୀ ୬ ମାସ ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ ପିନ୍ଧିବା ଜରୁରୀ। କରୋନା ଟିକାକରଣ ପାଇଁ ଏକାଧିକ ମାସ କିମ୍ବା ବର୍ଷେ ଲାଗିବାକୁ ଥିବା ବେଳେ ୬ ମାସ ମାସ୍କ ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି ।
  8. କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ ଅଲଗା ଅଲଗା କମ୍ପାନୀରେ ନିଜର ଅଂଶଧନ ବିକ୍ରି କରି ୨.୧୦ ଲକ୍ଷ  କୋଟି ଟଙ୍କା ସଂଗ୍ରହ କରିବାକୁ ବଡ ଲକ୍ଷ୍ୟ ରଖିଛନ୍ତି। ହେଲେ ଏବେ ଏହି ଲକ୍ଷ୍ୟ ହାସଲ କରିବା ମୁସ୍କିଲ ଲାଗୁଛି। ଅଂଶଧନ ବିକ୍ରି ହେଉଥିବା କମ୍ପାନୀ ତାଲିକାରେ ଏୟାର ଇଣ୍ଡିଆ, ଏଲଆଇସି ଓ ବିପିସିଏଲ ସାମିଲ।
  9. ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରୀ ଅପର୍ଣ୍ଣା ଫ୍ୟାସନ୍ ଡ଼ିଜାଇନିଂ କୋର୍ସ କରି ଭବିଷ୍ୟତରେ ଏହି ଦିଗରେ ମାର୍କେଟିଂ ସହ ମିସ୍ ଫେମିନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
  10. ରାହୁଲ ଦ୍ରାବିଡଙ୍କୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ ସାହାଯ୍ୟ ପାଇଁ ଅଷ୍ଟ୍ରେଲିଆ ପଠାଯାଉ ବୋଲି , ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର ବିସିସିଆଇକୁ ଏକ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *