କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।
  2. ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ବ୍ୟବହାରକାରୀଙ୍କ ମସ୍ତିଷ୍କକୁ ପଢିପାରିବ । ବ୍ୟବହାରକାରୀ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକର ଏହି ଟୁଲ ପଢ଼ିପାରିବା ସହ ତାକୁ କାର୍ଯ୍ୟରେ ପରିଣତ କରିପାରିବ  । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ ।
  3. ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ରି‌ପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
  4. ହାଥରସରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ମୃତ୍ୟୁ ପୂର୍ବରୁ ସେପ୍ଟେମ୍ବର ୨୨ରେ ପୀଡ଼ିତା ଗଣଦୁଷ୍କର୍ମ ହୋଇଥିବା କଥା କହିବା ସହ ହତ୍ୟା ଉଦ୍ୟମ କଥା କହିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ତଦନ୍ତ ଭାର ସମ୍ଭାଳିଥିବା ସିବିଆଇ ପୀଡ଼ିତା ଦେଇଥିବା ଶେଷ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରି ଶେଷ ନିଷ୍ପତ୍ତି କୋର୍ଟ ଉପରେ ଛାଡ଼ିଛନ୍ତି।
  5. ବେଆଇନ ଅନୁପ୍ରବେଶ ରୋକିବାକୁ ମିଆଁମାର୍‌ର ଦକ୍ଷିଣ ସୀମାନ୍ତରେ ଚୀନ୍‌ ୨୦୦୦ କିଲୋମିଟର୍‌ ଦୀର୍ଘ କଣ୍ଟା ତାରବାଡ଼ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି।
  6. ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଯଦି ସହମତି ଭିତ୍ତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖାଯାଇଥାଏ, ତେବେ ତାହାକୁ କୌଣସି ପ୍ରତିକୂଳ ପରିସ୍ଥିତିରେ ଦୁଷ୍କର୍ମ କୁହାଯିବନାହିଁ ବୋଲି ତତ୍‌ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।
  7. ସବୁ ବର୍ଷ ଭଳି ୨୦୨୧ରେ ମଧ୍ୟ ହ୍ୱାଟ୍ସଆପ୍‍ର ଫିଚରଗୁଡ଼ିକ ଅପଡେଟ୍‍ ହେବ। ଏଥିସହ ପୁରୁଣା ଆଣ୍ଡ୍ରୋଏଡ଼୍‍ ଭର୍ସନଗୁଡ଼ିକରେ ହ୍ୱାଟ୍ସଆପ୍‍ ସେବା କାମ କରିବା ବନ୍ଦ ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଯଦି କୌଣସି ଫୋନରେ ୪.୦.୩ ତଳେ ଆଣ୍ଡ୍ରୋଏଡ଼୍‍ର ଭର୍ସନ ଅଛି, ତେବେ ହ୍ୱାଟ୍ସଆପ୍‍ ଏଥିରେ କାମ କରିବନାହିଁ।
  8. କେନ୍ଦ୍ର ସରକାର ଟୋଲ ବୁଥ୍‌ଗୁଡିକରେ GPS ମାଧ୍ୟମରେ କାରବାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ କୌଣସି ହାଇଓ୍ବେରେ ଟୋଲ ବୁଥ୍ ରହିବ ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି ।
  9. ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକ ରହିଛି।
  10. ଶିଳ୍ପ ସଂଘ ଆସୋଚାମ୍‌ର ପ୍ରତି‌ଷ୍ଠା ସପ୍ତାହ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ପ୍ରାୟ ୨୦୦୦ କୋଟି ଡଲାର ନିବେଶରେ ଆଗାମୀ ଦିନରେ ୫୦୦୦ ସିବିଜି ପ୍ଲାଣ୍ଟ୍‌ ସ୍ଥାପନ କରି ବାର୍ଷିକ ୧୫ ନିୟୁତ ଟନ୍ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *