କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ଦେଶରେ ନୂଆ କୃଷି ନୀତିକୁ ନେଇ ଚାଷୀ ଅସନ୍ତୋଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଚାଷୀଙ୍କୁ ୮ ପୃଷ୍ଠାର ଏକ  ଖୋଲାଚିଠି ଲେଖିଛନ୍ତି। ଏହି ଚିଠିରେ କୃଷିମନ୍ତ୍ରୀ ନୂଆ କୃଷି ଆଇନରୁ ଚାଷୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ନେଇ ଚାଷୀଙ୍କୁ ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି।
  2. ଚୀନ, ତାଇୱାନ ଦେଶ ସହିତ ଭାରତକୁ କରେନ୍ସି ମ୍ୟାନିପୁଲେଟର୍ସ ଅର୍ଥାତ୍ ମୁଦ୍ରା ହେରଫେର କରୁଥିବା ଦେଶଗୁଡ଼ିକର ‘ତଦାରଖ ତାଲିକା’ରେ ଆମେରିକ  ସାମିଲ କରିଛି।
  3. ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ସକାଳେ  ୪୬୭୭୭ ଖୋଲିବା ପରେ ଆଜି ରେକର୍ଡ଼ ୪୬୮୨୫.୭୪ସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ନେସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୧ ପଏଣ୍ଟ ବୃଦ୍ଧି ପାଇ ୧୩୭୧୩.୫୫ ପଏଣ୍ଟରେ ବନ୍ଦ ହୋଇଛି ।
  4. ୨୨ ଦିନ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୃଷକମାନେ ନୂତନ କୃଷି ଆଇନକୁ ନେଇ ଅସନ୍ତୁଷ୍ଟ ତେବେ ବିରୋଧ ପ୍ରଦର୍ଶନ କରିବା ସେମାନଙ୍କ ସାମ୍ବିଧାନିକ ଅଧିକାର ଅଟେ।
  5. ସୂଚନା ଅନୁଯାୟୀ, ୨୦୨୧ମସିହାରେ ପ୍ରତିବର୍ଷ ପରି ହ୍ବାଟସଆପ ଆପ୍ ମଧ୍ୟ ଏହାର ଫିଚର ଅପଡେଟ୍ କରିବ | ଏଭଳି ହେବା ଦ୍ବାରା ହ୍ବାଟସଆପ ପୁରୁଣା ଆଣ୍ଡ୍ରଏଡ୍ ଭର୍ଜନରେ କାମ କରିବା ବନ୍ଦ କରିଦେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଫୋନରେ ୪.୦.୩ର ପୂର୍ବ ଆଣ୍ଡ୍ରଏଡ୍ ଭର୍ଜନ ଅଛି, ତେବେ ସେଥିରେ ହ୍ବାଟସଆପ ଆପ୍ କାମ କରିବ ନାହିଁ। ଯଦି ଆପଣ ୨୦୨୧ରେ ହ୍ବାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ୪.୦.୩ର ପର ଭର୍ଜନ ଇନଷ୍ଟଲ କରନ୍ତୁ|
  6. ବିବାହ ପରେ ନିଜ ପରିବାର ସହ ସମ୍ପର୍କ ତୁଟୁ ନ ଥିବାରୁ ଅନୁକମ୍ପା କ୍ଷେତ୍ରରେ ପିତାମାତାଙ୍କ ଚାକିରି ଉପରେ ବିବାହିତା ଝିଅଙ୍କର ଦାବି ଅଛି ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି।
  7. ବର୍ଷକୁ ଚାରିଥର  ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ ଏବଂ ମେ’ରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଫେବ୍ରୁଆରି୨୩ରୁ ୨୬ ମଧ୍ୟରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବ।
  8. ବିଶ୍ୱବ୍ୟାଙ୍କ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ବୈଠକରେ ବୁଧବାର ଭାରତର ୮୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଭାରତର ଏହି ସବୁ ପ୍ରକଳ୍ପ ଦୀର୍ଘ ବିକାଶମୂଳକ କାର୍ଯ୍ୟର ବିସ୍ତୃତ ଶୃଙ୍ଖଳା। ଏହି ସବୁ ପ୍ରକଳ୍ପ ଦ୍ୱାରା ଛତିଶଗଡ଼ ରାଜ୍ୟରେ ଆଦିବାସୀ ପରିବାରଙ୍କୁ ପୋଷଣ ସହାୟକ କୃଷି ଲାଗି ପ୍ରୋତ୍ସାହନ ସାଙ୍ଗକୁ ନାଗାଲ୍ୟାଣ୍ଡରେ ଗୁଣାତ୍ମକ ଶିକ୍ଷା ଓ ଦେଶର ବିଭିନ୍ନ ନଦୀ ବନ୍ଧ ପ୍ରକଳ୍ପର ଦୃଢିକରଣ ସହ ଦୀର୍ଘମିଆଦି ବିକାଶକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି।
  9. ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ଏବଂ ଉନ୍ମୋଚିତ ହୋଇଥିବା ସାଟେଲାଇଟ୍ କେବଳ ଡୋମେନ୍ ମଧ୍ୟରେ ଭାରତର ଘରୋଇ ଆବଶ୍ୟକତା ପୂରଣ କରୁଛି । କେବଳ ସେତିକି ନୁହେଁ ଏହାର ତଥ୍ୟ ଆମେରିକା ଏବଂ ଅଷ୍ଟ୍ରେଲିଆ ପାଣିପାଗ ସତର୍କ ସୂଚନା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ବୋଲି ISROର ୟୁଆର ରାଓ ସାଟେଲାଇଟ କେନ୍ଦ୍ର ପୂର୍ବତନ ନିର୍ଦ୍ଦେଶକ ଡଃ ମିଲସ୍ୱାମୀ ଆନ୍ନାଦୁରାଇ କହିଛନ୍ତି।
  10. ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ। ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ।

Leave a Reply

Your email address will not be published. Required fields are marked *