କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ସହ କଥାବାର୍ତା ପୁଣି ବିଫଳ ହେବ, ଯଦି କେନ୍ଦ୍ର ସରକାର ଖୋଲା ମନ ନେଇ ଆଲୋଚନାକୁ ନ ଆସନ୍ତି। ଯେହେତୁ କୃଷକମାନେ ଏକପ୍ରକାତର ନିଶ୍ଚିତ ହୋଇପଡ଼ିଛନ୍ତି କି କୃଷି ଆଇନ ସେମାନଙ୍କ ସ୍ବାର୍ଥ ବିରୋଧରେ ପ୍ରଣୟନ କରାଯାଇଛି, ତେଣୁ ସରକାର ଖୋଲା ମନ ନେଇ ଆଲୋଚନା ନ କଲେ କୌଣସି ଫଳାଫଳ ଆସିବ ନାହିଁ  ।
  2. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଙ୍କୁ  ମଧ୍ୟପ୍ରଦେଶ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଥିବା ସୁପ୍ରିମ୍ କୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଥିବା ବେଳେ ଆଜି ଅପରାହ୍ନରେ ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି  ।
  3. ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ପଦୋନ୍ନତି ଦେଇ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମ କୋର୍ଟଙ୍କ କଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି  ।
  4. ବିହାର କ୍ୟାବିନେଟ ବୈଠକରେ ସୁଶାସନ କାର୍ଯ୍ୟକ୍ରମ ମାଧ୍ୟମରେ ୨ଟି କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି । ଏହା ବ୍ୟତିତ ବିଜେପି ଦ୍ବାରା ଘୋଷଣା କରାଯାଇଥିବା ବିହାରରେ ୧୯ ଲକ୍ଷ ରୋଜଗାରକୁ ମଧ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି ।
  5. ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ସୋମବାର ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଇଡେନଙ୍କ ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ପୁତିନ ବିଶ୍ୱର ଅନ୍ତିମ ତଥା ଶୀର୍ଷ ନେତା  ।
  6. ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା। ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ୫୦ ବର୍ଷ ପୁରିଛି  ।
  7. ଫେସବୁକ୍ ମାଲିକାନାଧୀନ ହ୍ୱାଟସ୍ ଆପ ଗତମାସରେ ଭାରତରେ ତାଙ୍କର ପେମେଣ୍ଟ ସେବା ଆରମ୍ଭ କରିଛନ୍ତି। ଏଥିଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ)ଙ୍କ ମଞ୍ଜୁରି ମିଳିଛି। ଭାରତରେ ଏହି ସେବା ଆରମ୍ଭ କରିବା ଲାଗି ହ୍ୱାଟସ୍ ଆପ୍ ୨୦୧୮ ମସିହାରେ ୧ ମିଲିୟନ ୟୁଜରଙ୍କ ଦ୍ୱାରା ଦେଶରେ ୟୁପିଆଇ ଆଧାରିତ ପେମେଣ୍ଟ ସର୍ଭିସର ପରୀକ୍ଷଣ ଆରମ୍ଭ କରିଥିଲା  ।
  8. ଆଗାମୀ ୨ ଦଶନ୍ଧୀରେ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱର ୩ ଶୀର୍ଷ ଅର୍ଥନୀତିକୁ ଉନ୍ନିତ ହେବ ବୋଲି ମୁକେଶ ଅମ୍ବାନୀ କହିଥିବା ବେଳେ ସେତେବେଳକୁ ଦେଶରେ ମୁଣ୍ଡପିଛା ଆୟ ମଧ୍ୟ ଦ୍ୱିଗୁଣିତ ହୋଇଥିବ ବୋଲି କହିଛନ୍ତି।
  9. କେନ୍ଦ୍ର କ୍ୟାବିନେଟ ଦେଶର ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ଶକ୍ତି ବିକାଶ ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନ (Revised Cost Estimate)କୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆନ୍ତଃ ରାଜ୍ୟ ଶକ୍ତି ସରବରାହ ଏବଂ ବଣ୍ଟନ ପ୍ରଣାଳୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ୬ ହଜାର ୭ ଶହ କୋଟି ଟଙ୍କାର ସଂଶୋଧିତ ମୂଲ୍ୟ ଆକଳନକୁ ଅନୁମୋଦନ କରାଯାଇଛି ।
  10. ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି।ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍‌ସିଡି, ଏସ୍‌ଜିଏସ୍‌ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି  ।

Leave a Reply

Your email address will not be published. Required fields are marked *