କଳିଙ୍ଗ ଖବର ସ୍ପେଶାଲ୍ ରିପୋର୍ଟ

  1. ନାଲ୍‌କୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧ ନିୟୁତ ଟନ୍‌କୁ ବୃଦ୍ଧି କରିବା ପାଇଁ ଅନୁଗୋଳ ଜିଲାରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଲାଗି ବ୍ରାଉନଫିଲ୍ଡ ସମ୍ପ୍ରସାରଣ  ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍‌ ପାୱାର ପ୍ଲାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବାବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି।
  2. ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ସାରା ଦେଶରେ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜିଠାରୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି।
  3. ଜାତୀୟ ରାଜଧାନୀ ଆଞ୍ଚଳିକ ପରିବହନ ନିଗମ (ଏନସିଆରଟିସି) ଏକ ଚୀନ କମ୍ପାନୀକୁ ରେଳ ପ୍ରକଳ୍ପ ଟେଣ୍ଡର ଦେଇଥିବା ଜଣାପଡ଼ିଛି। ଦିଲ୍ଲୀ-ମୀରଟ ଆଞ୍ଚଳିକ ତ୍ଵରିତ ରେଳ ପରିବହନ ପ୍ରଣାଳୀ (ଆରଆରଟିଏସ) ପ୍ରକଳ୍ପ ଅଧୀନରେ ନ୍ୟୁ ଅଶୋକ ନଗରରୁ ସାହିବାବାଦ ପର୍ଯ୍ୟନ୍ତ ୫.୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସୁଡ଼ଙ୍ଗ ନିର୍ମାଣ କରିବା ଲାଗି ଏନସିଆରଟିସି ଏକ ଚାଇନା କମ୍ପାନୀକୁ ଟେଣ୍ଡର ଦେଇଛି।
  4. ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା। ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ପକ୍ଷୀଗଣନା ଚାଲୁଛି। ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀଗଣନା କରୁଛନ୍ତି। ଗଣନା ଚାଲୁ ରହିଥିବାରୁ ଏଯାଏଁ କେତେ ପକ୍ଷୀ ଗଣନା ହୋଇଛନ୍ତି, ସେନେଇ ସୂଚନା ମିଳିପାରି ନାହିଁ।
  5. ପ୍ରତ୍ୟେକ ଦିନ ସ୍କୁଲ୍‌ରେ ଉପସ୍ଥିତ ରହୁଥିବା ଛାତ୍ରୀଙ୍କୁ ୧୦୦ଟଙ୍କା ଲେଖାଏଁ ଦିଆଯିବ।  ଏହା ସହ ସ୍ନାତକ ଏବଂ ସ୍ନାତକୋତ୍ତର  ପାଠ୍ୟକ୍ରମରେ  ନାମ ଲେଖାଇଥିବା ବା ପଢୁଥିବା ଛାତ୍ରଛାତ୍ରୀଙ୍କୁ ବହି କିଣିବା ପାଇଁ ଯଥାକ୍ରମେ ୧୫୦୦ ଏବଂ ୨୦୦୦ଟଙ୍କା ଲେଖାଁଏ ଦିଆଯିବ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜାନୁଆରୀମାସ ଶେଷ ସୁଦ୍ଧା ଜମାକରିଦିଆଯିବ।
  6. ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କିଛି ସପ୍ତାହ ହେବ ଲଗାତାର ହ୍ରାସ ପାଉଥିବା ଦେଖାଯାଇଛି। ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ହାର ବେଶ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟାରେ ୧୬,୩୭୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
  7. ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା । ଏନେଇ ରାଉରକେଲା ଏସ୍‌ପି ନୋଟିସ୍ ଜାରି କରାଯାଇଛି । ନୋଟିସ୍‌ ଜାରି କରିଛନ୍ତି ରାଜ୍ୟ ମାନବଧିକାର କମିଶନ ।
  8. କରୋନା ଯୋଗୁଁ ଦେଶର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ୨୦୨୦ ଡିସେମ୍ବରରେ ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚଏମଏସଆଇ)ର ବିକ୍ରି ତିନି ଗୁଣ ବୃଦ୍ଧି ଘଟିଛି। ଗତ ବର୍ଷର ଶେଷ ମାସରେ  ହୋଣ୍ଡାର ମୋଟର ସାଇକେଲ୍ ବିକ୍ରି ୨, ୬୩, ୦୧୭ରେ ପହଞ୍ଚିଛି। କମ୍ପାନୀ ୨୦୧୯ ଡିସେମ୍ବରରେ ୨,୫୫, ୨୮୩ ଗାଡି ବିକ୍ରି କରିଥିଲା।
  9. ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିବ ତୃଣମୂଳ କଂଗ୍ରେସ ବା ଟିଏମସି । ପୁଣି ଚାଲିବ ଦିଦିଙ୍କ ଯାଦୁ । ବହୁମତ ପାଇ ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ । ଏପରି କିଛି ସୂଚନା ଦେଇଛି ଟିଏମସିର ଆଭ୍ୟନ୍ତରୀଣ ସର୍ଭେ । ୨୦୨୧ ବିଧାନସଭାରେ ଟିଏମସି ହିଁ ବିଜୟୀ ହେବ ବୋଲି କହୁଛି ଦଳୀୟ ସର୍ଭେ ।
  10. ହିମାଚଳ ପ୍ରଦେଶରେ କରୋନା ଭାଇରସ୍ ମହାମାରୀରୁ ଲୋକେ ଧିରେ ଧିରେ ମୁକୁଳୁଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ପ୍ରବେଶ କରିଛି। ଏହି ରୋଗ କାରଣରୁ କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ ଏଚ୫ଏନ୧ ଭାଇରସ୍ ଚିହ୍ନଟ ହୋଇଛି।

Leave a Reply

Your email address will not be published. Required fields are marked *