Skip to content
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୨ ତମ ତଥା ଚଳିତ ବର୍ଷର ଶେଷ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ପରିବେଷଣ କରିଛନ୍ତି।ନୂତନ ଦକ୍ଷତା ହିଁ ଆତ୍ମନିର୍ଭର ଭାରତ ପରି ସ୍ବପ୍ନର ବାସ୍ତବ ରୂପରେଖ ବୋଲି ସେ କହିଛନ୍ତି। ସେହିପରି ଦେଶର ବନାଞ୍ଚଳ ଆୟତନରେ ବୃଦ୍ଧି ଘଟିବା ସହ ଚିତାବାଘ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।
- ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଜାରି କରିଥିବା ନୂଆ ‘ସ୍ପେସ୍ ପଲିସି ଡିରେକ୍ଟିଭ୍’ (ଏସ୍ପିଡି) ବଳରେ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ବିଭାଗ ସହଯୋଗରେ ୨୦୨୬ ସୁଦ୍ଧା ‘ନାସା’ ଚନ୍ଦ୍ରପୃଷ୍ଠରେ ଆଣବିକ ରିଆକ୍ଟର୍ ସ୍ଥାପନ କରିବାକୁ ପ୍ରସ୍ତୁତି କରୁଥିବାରୁ ଚୀନ୍ ଭୟଭୀତ ହୋଇ ଯାଇଛି।
- କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
- ଦେଶର ପ୍ରଥମ ଡ୍ରାଇଭରବିହୀନ ଟ୍ରେନ। ଉକ୍ତ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ) ଚଳାଚଳ କରିବ। ଉପରୋକ୍ତ ଦୁଇ ସ୍ଥାନ ମଧ୍ୟରେ ଦୂରତା ୩୭ କିଲୋମିଟର। ଏହାପରେ ପିଙ୍କ ଲାଇନ୍ରେ ମଜଲିସ୍ ପାର୍କରୁ ଶିବ ବିହାର ମଧ୍ୟରେ ଆସନ୍ତାବର୍ଷ ମଧ୍ୟଭାବ ସୁଦ୍ଧା ୫୭ କିମି ମଧ୍ୟରେ ଆଉ ଏକ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ। ଏହାପରେ ଦିଲ୍ଲୀ ମେଟ୍ରୋରେ ୯୪ କିମି ମଧ୍ୟରେ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ।
- ୨୦୨୧ ମସିହାରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କୁମ୍ବ ଏଥର ମାତ୍ର ୪୮ ଦିନ ପାଇଁ ହେବ। ଉତ୍ତରାଖଣ୍ଡ ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ କହିଛନ୍ତି ଯେ କୁମ୍ଭ ମେଳା ମୁଖ୍ୟତଃମାର୍ଚ୍ଚରୁ ଏପ୍ରିଲ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।
- ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ୨ ଜଣ ଭାରତୀୟ ବିରାଟ କୋହଲି ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି।
- ସାମଗ୍ରୀ କ୍ରୟ ପରେ କ୍ରେତାଙ୍କ ଠାରୁ ପେମେଣ୍ଟ କାଉଣ୍ଟରରେ କ୍ୟାରିବ୍ୟାଗ ବାବଦ ଅର୍ଥ ଆଦାୟ କରିପାରିବେନି ସପିଂ ମଲ। ଜାତୀୟ ଉପଭୋକ୍ତା ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଏକ ସପିଙ୍ଗ ମଲର ଅପିଲକୁ ଆୟୋଗ ଅଗ୍ରାହ୍ୟ କରିବା ସହ ଉପଭୋକ୍ତାଙ୍କ ଠାରୁ ଏପରି ପୃଥକ ଆଦାୟ କରାଯାଉଥିବା କ୍ୟାରିବ୍ୟାଗ୍ର ମୂଲ୍ୟ ବାବଦେ ତାଙ୍କୁ ଏହାର ମାନ ଓ ବାଜାର ମୂଲ୍ୟ ମଧ୍ୟ ଜଣାଇବାକୁ ପଡିବ।
- ବିମାନରେ ଚୀନ୍ ନାଗରିକମାନଙ୍କୁ ଭାରତକୁ ନ ଆଣିବା ପାଇଁ କେନ୍ଦ୍ର ସରକାର ଅନୌପଚାରିକ ଭାବେ ସମସ୍ତ ଏୟାର୍ଲାଇନ୍ଙ୍କୁ କହିଥିବା ଜଣାପଡ଼ିଛି। ଭାରତୀୟ ନାଗରିକମାନଙ୍କୁ ବିମାନରେ ଚୀନ୍ ନ ଆଣିବାକୁ ନଭେମ୍ବର ମାସରେ ଚୀନ୍ ପ୍ରତ୍ୟକ୍ଷଭାବେ ଘୋଷଣା କରିବା ପରେ ଭାରତ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।
- ପୂର୍ବତନ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ରବିବାର ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଥିଲେ । ସୋମବାର ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଗୋଟିଏ ମଞ୍ଚରେ ଦେଖାଦେବେ । ରବିବାର ରାଜ୍ୟପାଳଙ୍କ ସହ ସାକ୍ଷାତ ଔପଚାରିକ ଥିଲେ ମଧ୍ୟ ନାନା ରାଜନୈତିକ ଆଲୋଚନା ଚାଲିଛି ।
- ସଂଶୋଧିତ କୃଷି ଆଇନ ବିରୋଧରେ ଚାଷୀଙ୍କୁ ସମର୍ଥନ କରୁଥିବା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ରବିବାର ବିଦେଶ ଗସ୍ତରେ ବାହାରି ଯାଇଛନ୍ତି। ରାହୁଲ ପୂର୍ବାହ୍ନରେ କତର ଏୟାରଲାଇନ୍ସ ଫ୍ଲାଇଟ୍ ଯୋଗେ ଇଟାଲୀ ଯାଇଥିବା ଅନୁମାନ କରାଯାଉଛି। ତେବେ ରାହୁଲଙ୍କ ଏପରି ଅଚାନକ ବିଦେଶ ଗସ୍ତକୁ ନେଇ ତାଙ୍କ ଗମ୍ଭୀରତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ଲାଗିଛି।