କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନର ଲାଭ ଉଠାଇଛନ୍ତି ଦାଲାଲ

ଭୁବନେଶ୍ବର ,୨୦/୧୧: ବାହାର ରାଜ୍ୟରେ କାମ କରାଇବା ବାହାନାରେ  ଡାକି ନେଇ ନିର୍ଯାତନା ଦେଉଛନ୍ତି । ଏମିତି ମାଡ ମାରିବା ସହ ଘରକୁ ଛାଡୁ ନାହାନ୍ତି । ଘରକୁ ଛାଡିବା ପାଇଁ ଟଙ୍କା ମାଗୁଛନ୍ତି । ଯିଏ ଟଙ୍କା ଦେଉଛି ସେ ଘରକୁ ଫେରୁଛି ନହେଲେ ଅନ୍ୟମାନେ ଏବେ ବାହାର ରାଜ୍ୟରେ ମଧ୍ୟ ଫସି ରହିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ଏବେ ସବୁଠି ଗୁହାରି କରୁଛନ୍ତି, ଆଉ କହୁଛନ୍ତି ଯାହା ହେଉଛି ହେଉ କିନ୍ତୁ ଆମ ଲୋକ ଫେରି ଆସନ୍ତୁ।

କରୋନା ପାଇଁ କଟକଣା ଲାଗିଲା। ଯିଏ ଯେଉଁଠି ଥିଲେ ଘରକୁ ଫେରିଲେ । ପୁଣି ଆର୍ଥିକ ଦୁରବସ୍ଥା ସମସ୍ତଙ୍କୁ ଘାଇଲା କଲା । ଏମିତି ସମୟରେ ସୁଯୋଗ ନେଲେ କେତେକ ଦଲାଲ । ଗାଁ ଗାଁ ବୁଲିଲେ ଆଉ ବାହାର ରାଜ୍ୟ ର କମ୍ପାନୀ ପାଇଁ ଶ୍ରମିକ ଯୋଗାଡ କଲେ। ପ୍ଲାଷ୍ଟିକ କମ୍ପାନୀ ରେ ୮ ଘଣ୍ଟା କାମ ପାଇଁ ୨୦ ହଜାର ଟଙ୍କାର ଦରମା ମିଳିବ କହିଲେ , କଥା ଛିଣ୍ଡିବା ପରେ ରାଜ୍ୟ ବାହାରୁ ଆସିଥିବା ବସରେ ଶ୍ରମିକଙ୍କୁ ସାଙ୍ଗରେ ନେଇଗଲେ। ସେଠାରେ ପ୍ଲାଷ୍ଟିକ୍ କମ୍ପାନୀରେ କାମ କରିବା ଲାଗି ଘରୁ ଚୁକ୍ତିକରି ଥିବାବେଳେ ଲୁହା କମ୍ପାନୀରେ କାମ ଦିଆଯାଉଛି। ରାଜି ନହେଲେ ଦାଦନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *