କବିସୂର୍ଯ୍ୟନଗର ମେଡିକାଲରେ ବିଭିନ୍ନ ସମସ୍ୟା ନେଇ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଧାରଣା

ବ୍ରହ୍ମପୁର ୨୫।୯: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସରକାରୀ ମେଡିକାଲରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଅନେକ ବର୍ଷ ଧରି ଏହି ମେଡିକାଲରେ ସ୍ଥାୟୀ ଡାକ୍ତରଟିଏ ନଥିବା ବେଳେ ଗତ କିଛି ଦିନ ତଳେ ଜଣେ ଡାକ୍ତର ନିଯୁକ୍ତି ଓ ପରେ ପରେ ପୁଣି ବଦଳି କରାଯାଇଛି । ଯାହାର ପ୍ରତିବାଦରେ ଆଜି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଛି । ତୁରନ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

 

 

Leave a Reply

Your email address will not be published. Required fields are marked *