କୋରାପୁଟ ୧୧।୧୧: କୋରାପୁଟରେ ଦିନକୁ ଦିନ ଜୋର ଧରିଛି ସୀମା ବିବାଦ। ଆନ୍ଦ୍ର- ଓଡିଶା ଗ୍ରାମବାସୀଙ୍କ ମଧ୍ୟରେ ସୀମା ବିବାଦ ଜୋରଧରିଥିବା ବେଳେ କିଛି ଦିନ ଧରି ଚାଲିଥିଲା ଫଳକ ପୋତା ଯୁଦ୍ଧ। ପ୍ରଥମେ ଆନ୍ଦ୍ରର କିଛି ଗ୍ରାମବାସୀ ଓଡ଼ିଶାର ପ୍ରାୟ ପାଞ୍ଚସହ ମିଟର ସୀମା ମଧ୍ୟକୁ ପଶି ଦାଦାଗିରି କରିବା ସହ ଫଳକ ନିର୍ମାଣ କରିଥିବା ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣ ମାଧ୍ୟମର ପକ୍ଷରୁ ନିଉସ ପ୍ରସାରଣ କରାଯାଇଥିଲା। ସେତେବେଳେ ଓଡିଶା ପକ୍ଷରୁ କୋରାପୁଟ ଉପ ଜିଲ୍ଲାପାଳ ଲଳିତ କୁମାର କଅଁର ଙ୍କ ସମେତ ଏକ ଟିମ ଯାଇ ଉକ୍ତ ଫଳକ ଟିକୁ ଭାଙ୍ଗି ଓଡିଶା ରାଜସ୍ୱ ମେପ ପ୍ରକାରେ ଓଡିଶା ସୀମାକୁ ଚିହ୍ନଟ କରିଥିଲେ ତାହାର ଏକ ସପ୍ତାହ ପରେ ପୁଣି ଆନ୍ଦ୍ରର ଦାଦାଗିରି ଯାହାକି ଅନ୍ୟ ଏକ ଫଳକ ପୋତିବା ସହ ସୀମାନ୍ତ ଗାଁ ସୁନାବେଡା ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ।
ଏଭଳି ବିବାଦ ଯାହାକି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମ୍ବାଇ ଗ୍ରାମ ପଞ୍ଚାୟତ ର ସୀମାନ୍ତ ସୁନାବେଡା ଗ୍ରାମ ଠାରେ ଦେଖିବାକୁ ମିଳିଛି । ବିବାଦଟି ଏପରି ଜୋର ଧରିଲା ଯେ ପଟ୍ଟାଙ୍ଗି ବିଧାୟକ ପିତମ ପାଡି ,ଉପ ଜିଲ୍ଲାପାଳ ଲଳିତ କୁମାର କଅଁର ,ପଟ୍ଟାଙ୍ଗି ବିଡ଼ିଓ ମନାଲିଶା ଦେବତା ,ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି,ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ,ସମ୍ବାଇ ସରପଞ୍ଚ ପିଲକ ଗୁଣ୍ଠା, ଜିଲ୍ଲାପରିଷଦ ସଭ୍ୟ ଲଇଚନ ଖରା ଙ୍କ ଭଳି ପୁରା ଏକ ଦଳ ଓଡ଼ିଶାର ପଟାଙ୍ଗି ବ୍ଲକର ସମ୍ବାଇ ପଞ୍ଚାୟତର ସୀମାନ୍ତ ଗ୍ରାମ ସୁନାବେଡ଼ରେ ପହଞ୍ଚିଥିଲେ ।
ଆନ୍ଦ୍ର ପକ୍ଷରୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ସେଠାରେ ଦେଖାମିଳିନଥିଲା। ଏବଂ ଓଡିଶା ଭିତରକୁ ପଶି ଆନ୍ଦ୍ର ପକ୍ଷରୁ ଯେଉଁ ଫଳକ ଲଗାଯାଇଥିଲା ତାକୁ ଓଡିଶା ପ୍ରଶାସନ ପକ୍ଷରୁ ଭଙ୍ଗାଯିବା ସହ ପୂର୍ବରୁ ଚିହ୍ନଟ ହୋଇଥିବା ସୀମା ନିକଟରେ ଓଡିଶା ପକ୍ଷରୁ ଏକ ଫଳକ ପୋତା ଯାଇଥିଲା। ଏହାପରେ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରୁ ଫେରି ଆସିଥିଲେ।