ଏକ ଦିବସୀୟ ଭାରତ ବନ୍ଦ ଡ଼ାକରାରେ ସାମିଲ ହୋଇଛନ୍ତି କୋଇଲା ଖଣି ଶ୍ରମିକ ସଂଗଠନ।

ଅନୁଗୁଳ ୨୬।୧୧: ଏକ ଦିବସୀୟ ଭାରତ ବନ୍ଦ ଡ଼ାକରାରେ ସାମିଲ ହୋଇଛନ୍ତି କୋଇଲା ଖଣି ଶ୍ରମିକ ସଂଗଠନ। ୮ ଦଫା ଦାବି ନେଇ ଆଜି ତାଳଚେରରେ ସମସ୍ତ କୋଇଲାଖଣିକୁ ବନ୍ଦ କରିଛନ୍ତି। ଏଥିରେ INTUC, HMS ଏବଂ AITUC ସଂଗଠନ ସାମିଲ ହୋଇଛନ୍ତି।

୮ ଦଫା ଦାବି ମଧ୍ୟରେ କୋଇଲା ଖଣିକୁ ଘରୋଇ କରଣ ବନ୍ଦ କରାଯାଉ ଏବଂ ନିଲାମ ବାତିଲ ହେଉ। ୮ ଘଣ୍ଟା କାମକୁ ୧୨ ଘଣ୍ଟା କରାନଯାଉ। ଠିକା କର୍ମଚାରୀଙ୍କୁ HPC ଦରମା ଓ ସାମାଜିକ ସୁରକ୍ଷା ପ୍ରଦାନ, ବନ୍ଦ ଥିବା କୋଇଲା ଖଣିକୁ ପୁନଃ ଚାଲୁ କରିବା । ଜମିହରା ପ୍ରଜାଙ୍କ ପାଇଁ ବାର୍ଷିକ ରାଶି ପ୍ରଦାନ ବନ୍ଦ ସହ ନୂତନ ଶ୍ରମିକ ବିରୋଧୀ ଆଇନକୁ ବିରୋଧ କରୁଛନ୍ତି। କିନ୍ତୁ BMS ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇନାହିଁ। ସେମାନେ କାମ କରିବାକୁ ଇଛୁକ ଥିଲାବେଳେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଏବଂ ଖଣି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରର ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି।

Leave a Reply

Your email address will not be published. Required fields are marked *