ଏକ ଘରୋଇ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ

କରଞ୍ଜିଆ-କଳିଙ୍ଗଖବର- ୨୬।୧୨: ଯାତ୍ରୀବାହୀ ବସରୁ ଗଞ୍ଜେଇ ଜବତ । ଏକ ଘରୋଇ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ । ମୟୂରଭଞ୍ଜ କରଞ୍ଜିଆ ପୋଲିସ ବସରୁ ୩୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ବସ୍ କଣ୍ଡକ୍ଟର ଓ ହେଲପର ଥାନାରେ ଅଟକ ଅଛନ୍ତି ।ସୂଚନାଯୋଗ୍ୟ ଯେ, ଡ଼ଲଫିନ୍ ନାମକ ଏକ ଘରୋଇ ବସ୍ କେନ୍ଦୁଝରରୁ କଲିକତା ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ଛକ ନିକଟରେ ପୋଲିସ ଗାଡିକୁ ଅଟକାଇ ଚଢାଉ କରିଥିଲା । ଗଞ୍ଜେଇ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବସରେ ଚଢ଼ାଉ କରିଥିଲା କରଞ୍ଜିଆ ପୋଲିସ । ଚଢାଉ ବେଳେ ୩୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *