ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ ହେଲା

ମୟୂରଭଞ୍ଜ,କଳିଙ୍ଗ ଖବର: ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି । ଏହାସହିତ ବିଶ୍ୱବିଦ୍ୟାଳୟ ଲାଇବ୍ରେରିର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ । ସୂଚନାଯୋଗ୍ୟ ଯେ ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି ଏବଂ ଚଳିତବର୍ଷ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଥିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ପାରିତ କରିଥିଲେ।

Leave a Reply

Your email address will not be published. Required fields are marked *